ଚଣ୍ଡିଗଡ଼ : କିଛି ଦିନ ତଳେ ବିଜେପିରେ ଯୋଗ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ଅଭିନେତାରୁ ରାଜନେତା ବନିଥିବା ସନ୍ନି ଦେଓଲ । ରାଜନୀତିରେ ଯୋଗ ଦେବା ପରେ ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ସନ୍ନିଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ତେବେ ଆଗାମୀ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ନି ଦେଓଲ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Punjab: Actor turned politician Sunny Deol files his nomination as the BJP candidate from the Gurdaspur parliamentary constituency. His brother and actor Bobby Deol also present. pic.twitter.com/aOnGloRjpy
— ANI (@ANI) April 29, 2019
ଏହି ସମୟରେ ତାଙ୍କ ସହ ତାଙ୍କ ସାନ ଭାଇ ବବି ଦେଓଲ ମଧ୍ୟ ଉପସ୍ଥିତ ରହିଥିଲେ ବୋଲି ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲ କରିବା ସମୟର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସନ୍ନି ଦେଓଲ ପ୍ରଥମେ ସ୍ୱର୍ଣ୍ଣ ମନ୍ଦିର ପହଞ୍ଚି ଆର୍ଶୀବାଦ ନେବା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
Punjab: Actor and BJP candidate from Gurdaspur, Sunny Deol, offers prayers at the Golden Temple in Amritsar. He will file his nomination for #LokSabhaElections2019 today. pic.twitter.com/wBddufSMNv
— ANI (@ANI) April 29, 2019