ପୁରୀ: ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ଭକ୍ତ। କେବଳ ମହାପ୍ରଭୁଙ୍କୁ ଅତିପାଖରୁ ଦର୍ଶନ କରିନାହାନ୍ତି ବରଂ ଆଡ଼ପ ଅବଢ଼ା ବି ସେବନ କରିଛନ୍ତି | ଅନେକ ଭକ୍ତ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଆଜି ଶୃଙ୍ଖଳିତ ଭାବେ ଦର୍ଶନ ସହ ଆଡ଼ପ ଅବଢ଼ା ଖାଇ ମନ ପୂରିଯାଇଛି | ବାସ୍ତବରେ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ।
ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଏଥିସହ ଆଜିଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଗତକାଲି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।
ସେହିପରି ଆଜିକାର ଦର୍ଶନ ଓ ପୂଜା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ସବୁକିଛି ହୋଇଥିଲା । ଜୁଲାଇ ୧ରେ ରେ ହେରାପଞ୍ଚମୀ ନୀତି, ୨ ତାରିଖରେ ରଥ ଦକ୍ଷିଣମୋଡ଼, ୪ ତାରିଖରେ ସନ୍ଧ୍ୟା ଦର୍ଶନ, ୫ ତାରିଖରେ ବାହୁଡ଼ାଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/30/ef22693e-8e7d-4f78-8403-8e431b2e5181-2025-06-30-14-41-22.jpg)