ଭଦ୍ରକ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଅତିରିକ୍ତ ଥାନାଧିକାରୀଙ୍କ ଜୀବନ। ୧୬ ନମ୍ବର ଜାତୀୟ ରାଜପଥ କୁଆଖିଆ ଓଭରବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଭଦ୍ରକ ପୁରୁଣାବଜାର ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନାଅଧିକାରୀ ବବୃବାହାନ ନାୟକଙ୍କ ମୃତ୍ୟୁ ହୋଇଯାଇଛି। ନିଜ ପୁଅ ସହ ସେ କଟକରୁ ଫେରୁଥିବା ବେଳେ ରାତ୍ରି ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଶ୍ରୀ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛି।
ଅସୁସ୍ଥ ଅନୁଭବ କରିବାରୁ ନିଜ ପରିବାର ସହ ସେ ଗତକାଲି ସକାଳୁ କଟକ ଯାଇଥିଲେ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ପରିବାର ସହ ପୂଜା ମାର୍କେଟିଙ୍ଗ ମଧ୍ୟ କରିଥିଲେ। ପରେ ପରିବାର ଲୋକଙ୍କୁ କାରରେ ପଠାଇ ବାପ ପୁଅ ସାଙ୍ଗରେ ମୋଟର ସାଇକେଲରେ ଆସୁଥିବା ବେଳେ କୁଆଖୁଆ ନିକଟରେ ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ପରିବାର ତଥା ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ଭଦ୍ରକ ଚାନ୍ଦବାଲି ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାୟକ ଗତ କିଛି ଦିନ ପୂର୍ବରୁ ଆଇଆଇସି ଭାବେ ପଦୋନ୍ନତି ପାଇ ଭଦ୍ରକ ପୁରୁଣାବଜାର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତ ହୋଇଥିଲେ।
ଗତ ଦୁଇ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ନିଜ ପରିବାର ସହ ସେ ଗତକାଲି ସକାଳୁ କଟକ ଯାଇଥିଲେ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ପରିବାର ସହ ପୂଜା ମାର୍କେଟିଙ୍ଗ ମଧ୍ୟ କରିଥିଲେ। ପରେ ପରିବାର ଲୋକଙ୍କୁ କାରରେ ପଠାଇ ବାପ ପୁଅ ସାଙ୍ଗରେ ମୋଟର ସାଇକେଲରେ ଆସୁଥିବା ବେଳେ କୁଆଖୁଆ ନିକଟରେ ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ପରିବାର ତଥା ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ଭଦ୍ରକ ଚାନ୍ଦବାଲି ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାୟକ ଗତ କିଛି ଦିନ ପୂର୍ବରୁ ଆଇଆଇସି ଭାବେ ପଦୋନ୍ନତି ପାଇ ଭଦ୍ରକ ପୁରୁଣାବଜାର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର ବିୟୋଗରେ ଭଦ୍ରକ ପୁଲିସ ବିଭାଗରେ ଶୋକ ପ୍ରକାଶ ପାଇଛି। ମୃତ ଶ୍ରୀ ନାୟକଙ୍କ ନିଜ ଘର କେନ୍ଦୁଝରଜିଲ୍ଲା ପାଟଣା ଅଞ୍ଚଳରେ ବୋଲି ଜଣାପଡିଛି।