ମଝି ଆକାଶରେ ତାରରେ ଛନ୍ଦି ହୋଇଗଲା ବିମାନ ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ତ ଆପଣ ବିମାନ ଯାତ୍ରା କରୁଛନ୍ତି ଏବଂ ସେ ବିମାନ ମଝି ଆକଶରେ ତାରରେ ଛନ୍ଦି ହୋଇଯିବେ। ଏମିତି ଘଟଣା ଭାବିଲା ବେଳକୁ ମନରେ ଭୟ ଆସି ଯାଉଛି। କିନ୍ତୁ ଏମିତି ଏକ ଘଟଣା ଇଟାଲିର ଉତ୍ତର ମିଲାନ୍‌ ସହରରେ ଘଟିଛି।

ଇଟାଲିର ଉତ୍ତର ମିଲାନ୍‌ ସହରରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭୂମିରୁ କିଛି ଫୁଟ ଉପରରେ ଥିବା ଏକ ତାରରେ ଛନ୍ଦି ହୋଇଯାଇଥିଲା। ସୋସିଆଲ ମିଡିଆରେ ଏହାର ଏକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସୌଭାଗ୍ୟବଶତଃ ବିମାନରେ ଥିବା ପାଇଲଟ ସୁରକ୍ଷିତ ଅଛନ୍ତି। କାହାରି କିଛି କ୍ଷତି ହୋଇ ନାହିଁ।

ଭାଇରାଲ ହୋଇଥିବା ଭିଡିଓରେ ତାରରେ ବିମାନଟି କିପରି ଫସିଛି ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ଉପାୟରେ ୬୨ବର୍ଷୀୟ ପାଇଲଟ ଫସିଥିବା ତାରରୁ ବାହାରିବାରେ ସଫଳ ହୋଇଥିବା ବେଳେ ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କୁ ଏହି ତାରରେ ଫସି ଥିବା ଦେଖିବାକୁ ମିଳୁଛି।

ଉଦ୍ଧାରକାରୀ ଦଳ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ୨ଘଣ୍ଟାର ଅପରେସନ୍‌ କରିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର