ନୂଆଦିଲ୍ଲୀ: ଆଫଗାନିସ୍ତାନର ଅଧିକାଂଶ ସ୍ଥାନକୁ ତାଲିବାନ ନିଜ ଦଖଲକୁ ନେଇ ଯାଇଛି। ନିକଟରେ ତାଲିବାନ ଦାବି କରିଛି କି ଆଫଗାନିସ୍ତାନର ଶେଷ ବିଦ୍ରୋହୀ ପ୍ରଦେଶ ପଞ୍ଜଶୀରକୁ ନିୟନ୍ତ୍ରଣାଧୀନ କରିଛି।

Advertisment

ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ଦେଶ ଛାଡ଼ି ଚାଲିଯିବା ପରେ ଉପ-ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଆଫଗାନିସ୍ତାନର ରାଷ୍ଟ୍ରପତି ହୋଇଥିଲେ। ସମ୍ପ୍ରତି ଆଫଗାନିସ୍ତାନରେ ଯେଭଳି ପରିସ୍ଥିତି ରହିଛି ଅମରୁଲ୍ଲାହ ସାଲେହଙ୍କୁ ପ୍ରତିଟି ସମୟ ଅନେକ ସମସ୍ୟା ଓ ଚ୍ୟାଲେଞ୍ଜର ସହ ଗତି କରିବାେକୁ ପଡ଼ୁଛି।

Afghanistan crisis

ଅମରୁଲ୍ଲାହ ପଞ୍ଜଶୀରରେ ରହିଥିବା ବେଳେ ସେ ତାଲିବାନ ବିରୋଧରେ ମୋର୍ଚ୍ଚା ବି ଖୋଲିଛନ୍ତି। ନିକଟରେ ଅମରୁଲ୍ଲାହ ଏକ ରିପୋର୍ଟରେ ଲେଖିଛନ୍ତି, ତାଲିବାନ କାବୁଲକୁ ଦଖଲ କରି ନେଇଛି। କାବୁଲ ଉପରେ ତାଲିବାନ ଦଖଲ କରିବାର ଗୋଟିଏ ରାତି ପୂର୍ବରୁ ପୁଲିସ ମୁଖ୍ୟ ମୋତେ ଫୋନ କରିଥିଲେ।

ଆଉ କହିଥିଲେ କି ଜେଲରେ ବିଦ୍ରୋହ ହେଉଛି, ତାଲିବାନ କଏଦୀ ଫେରାର ହେବାକୁ ଉଦ୍ୟମ କରୁଛନ୍ତି। ମୁଁ ଜେଲରେ ଏକ ନେଟୱାର୍କ ଟିମ ଗଠନ କରିଛି। ଏହି ନେଟୱାର୍କ ଟିମକୁ କଲ କରିବା ପରେ ତାଲିବାନ କଏଦୀଙ୍କୁ ନିୟନ୍ତ୍ରଣଙ୍କୁ ଅଣାଯାଇଥିଲା।

ଅଗଷ୍ଟ ୧୫ ତାରିଖ ସକାଳ ୯ଟା ସମୟରେ କାବୁଲ ପରିସ୍ଥିତି ବହୁତ ଖରାପ ହୋଇଯାଇଥିଲା। ମୋତେ ମୋର ଚିଫ ଗାର୍ଡ କହିଥିଲେ କି ଆମେ ପଞ୍ଜଶୀର ଯାଉଛେ। କିନ୍ତୁ ପୂର୍ବରୁ ହିଁ ରାସ୍ତାକୁ ଘେରଉ କରି ଦିଆଯାଇଛି। ମୁଁ ତାଙ୍କୁ କହିଥିଲି କି ଆମେ ଲଢ଼ିବା। ଲଢ଼େଇ କରି ଆଗକୁ ବଢ଼ିବ। ଯଦି ମୁଁ ଗୁରୁତର ହୋଇଯାଏ ତେବେ ମୋର ଗୋଟିଏ ନିବେଦନ, ମୋ ମଥାରେ ଦୁଇଟି ଗୁଳି ଫୁଟାଇ ଶେଷ କରିଦେବ। କାରଣ ମୁଁ ତାଲିବାନ ସାମ୍ନାରେ ଆତ୍ମସମର୍ପଣ କରିବାକୁ ଚାହୁଁନାହିଁ। କାବୁଲ ଛାଡ଼ିବା ପୂର୍ବରୁ ପାଖରେ ଥିବା ମୋର ସ୍ତ୍ରୀ ଓ ଝିଅର ଫଟୋକୁ ନଷ୍ଟ କରି ଦେଇଥିଲି। କାରଣ ତାଲିବାନକୁ କୌଣସି ପ୍ରକାର ସୁରାଖ ମିଳିବା ଠିକ ନଥିଲା। ଏଭଳି ସମୟରେ ଆମ ଉପରେ ଦୁଇଥର ଆକ୍ରମଣ ହୋଇଥିଲା କିନ୍ତୁ ସୌଭାଗ୍ୟବଶତଃ ଆମେ ବଞ୍ଚି ଯାଇଥିଲୁ।

Afghanistan crisis

କିଛିଦିନ ତଳେ ସାଲେହ ଟ୍ଵିଟ୍ କରି କହିଥିଲେ ଯେ, ମୁଁ କେବେ ବି ଏବଂ କୌଣସି ପରିସ୍ଥିତିରେ ତାଲିବାନ ଆତଙ୍କବାଦୀ ସାମ୍ନାରେ ମୁଣ୍ଡ ନୁଆଁଇବି ନାହିଁ। ମୁଁ ନିଜର ନାୟକ ତଥା କମାଣ୍ଡର ଓ ମାର୍ଗଦର୍ଶକ ଅହମ୍ମଦ ଶାହ ମସୁଦଙ୍କ ଆତ୍ମା ସହ କେବେ ବି ବିଶ୍ଵାସଘାତ କରିବି ନାହିଁ। ମୁଁ ସେହି ଲକ୍ଷାଧିକ ଲୋକଙ୍କୁ ନିରାଶ କରିବି ନାହିଁ ଯେଉଁମାନେ ମୋ କଥା ଶୁଣୁଛନ୍ତି। ମୁଁ ତାଲିବାନ ସହ କେବେ ବି ଗୋଟିଏ ଛାତ ତଳେ ରହି ପାରିବି ନାହିଁ ।