ଭୁବନ: ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତ କୁଣ୍ଡା ଛକରେ ଦୀର୍ଘ ବର୍ଷ ହେଲା ଥିବା ମଦ ଦୋକାନ ବନ୍ଦ କରିବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ସେପ୍ଟେମ୍ବର ୧ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧି କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମହିଳାମାନେ ଆନ୍ଦୋଳନ କରିଥିବା ବେଳେ ପୁରୁଷ ପଛ ପଟ କବାଟ ଭାଙ୍ଗି ପେଟି ପେଟି ମଦ ବୋହି ନେଇଥିଲେ। ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ୱାର୍ଡ ମେମ୍ବର ପ୍ରମୋଦ ନାୟକ, ମାନସ ନାୟକ, ଜୟନ୍ତ ବାରିକ୍ ରମାକାନ୍ତ ଦଳେଇ, ପବିତ୍ର ମୋହନ ରାଉତ୍ ଓ ନିରଞ୍ଜନ ରାଉତ।

Advertisment

ସୂଚନାଯୋଗ୍ୟ ଏହାର କିଛି ଦୂରରେ ୨ଟି ଅସ୍ଥାୟୀ ମଦ ବିକ୍ରି ଦୋକାନ ରହିଥିଲେ ବି ମହିଳାଙ୍କ ନଜର ସେଠାରେ ପଡୁ ନାହିଁ।  ଏହି ଆନ୍ଦୋଳନ ପଛରେ ଦଶହରା ଦିିନର ଗଣ୍ଡଗୋଳ ବି କାରଣ ହୋଇପାରେ।