କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଓଡ଼ିଶା ଖଣି ନିଗମ ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହଖଣି କାର୍ଯ୍ୟାଳୟରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ବହୁ ସଂଖ୍ୟାରେ ବ୍ୟାନର ପୋଷ୍ଟର, ପତାକା ଧରି ଗଣଧାରଣା ସହ ବିକ୍ଷୋଭ କରିଥିଲେ। ଗତକାଲି ନାରାୟଣପୋଷସ୍ଥିତ ଜେଏସ୍ଡବ୍ଲ୍ୟୁ ଖଣିରେ ବିଧାୟକ ଶ୍ରୀ ମୁଣ୍ଡାଙ୍କ ନେତୃତ୍ଵରେ ବହୁ ସଂଖ୍ୟାରେ କର୍ମୀ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଆନ୍ଦୋଳନରେ ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ସୁଶୀଲା ମୁଣ୍ଡା, ବିମାନ ମାଇତି, ସୁରେନ୍ଦ୍ର ଦାସ, ଅସିତ୍ ଚୌଧୁରୀ, ସହଦେବ ନାଏକ, କୃଷ୍ଣଚନ୍ଦ୍ର ବାରିକ, ସୁରେଶ ମୁଦୁଲି, ଅଶୋକ କୁମାର ସାମଲ, ଆନନ୍ଦମାସୀ ହୋରୋ, ଜନ ଡୁଙ୍ଗଡୁଙ୍ଗ, ହଳଧର ଦେହୁରୀ, ଲାଲବାହାଦୁର ମହାନ୍ତ, ବାଟୁ ମୁଣ୍ଡା, ପ୍ରଭାତ ପାତ୍ର ପ୍ରମୁଖ ସାମିଲ ଥିଲେ।
ଖଣି ଉତ୍ତୋଳନକାରୀ ଠିକାସଂସ୍ଥା ଆଦାନୀ ଗ୍ରୁପ୍ର ଜେଏସଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ପରିବହନ ଓ ରେଳ ସାଇଡ଼ିଂ କାର୍ଯ୍ୟ କରିବାକୁ ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମାକୁ ବିରୋଧ କରି ଆନ୍ଦୋଳନ କରାଯାଇଛି। ସମସ୍ତ ଚୁକ୍ତିନାମାକୁ ବାତିଲ କରିବା, ସ୍ଥାନୀୟ ନିଯୁକ୍ତି, ଲୋଡିଂ ଓ ପରିବହନ କାର୍ଯ୍ୟରେ ଏକଚାଟିଆ କାରବାର ପାଇଁ କମ୍ପାନିର ଷଡ୍ଯନ୍ତ୍ର ବନ୍ଦ କରିବା, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡିଂ ଓ ପରିବହନ ପାଇଁ ୬ ଗୋଟି ରେଳ ସାଇଡିଂ ଯଥା ବିମଳାଗଡ଼, ପଟାସାହି, ରକ୍ସି, ରେଞ୍ଜଡା, ଚାନ୍ଦିପୋଷ ଓ ବରସୁଁଆରେ ନିୟୋଜିତ ଥିବା ସ୍ଥାନୀୟ ଠିକାଦାରମାନଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନକରିବା ଆଦି ୧୨ ଦଫା ଦାବି ନେଇ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକାରୀ ପ୍ରଥମେ ୫୨୦ ନମ୍ବର ଜାତୀୟ ରାଜପଥ ଦେଇ ଖଣିକୁ ପ୍ରବେଶ କଲାବେଳକୁ ପୁଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ବ୍ୟାରିକେଡ୍ ଭାଙ୍ଗି ଖଣି ଭିତରକୁ ପ୍ରବେଶ କରିଥିଲେ ବିକ୍ଷୋଭକାରୀ। ପରେ ଖଣି ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଥିଲା।
ସୁଚନାନୁଯାୟୀ ଖଣି ଉତ୍ତୋଳନକାରୀ ଠିକାସଂସ୍ଥା ଆଦାନୀ ଗ୍ରୁପ୍ର ଜେଏସଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କ ସହ ସମସ୍ତ ପରିବହନ ଓ ରେଳ ସାଇଡ଼ିଂ କାର୍ଯ୍ୟ କରିବାକୁ ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମାକୁ ବିରୋଧ କରି ଆନ୍ଦୋଳନ କରାଯାଇଛି। ସମସ୍ତ ଚୁକ୍ତିନାମାକୁ ବାତିଲ କରିବା, ସ୍ଥାନୀୟ ନିଯୁକ୍ତି, ଲୋଡିଂ ଓ ପରିବହନ କାର୍ଯ୍ୟରେ ଏକଚାଟିଆ କାରବାର ପାଇଁ କମ୍ପାନିର ଷଡ୍ଯନ୍ତ୍ର ବନ୍ଦ କରିବା, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡିଂ ଓ ପରିବହନ ପାଇଁ ୬ ଗୋଟି ରେଳ ସାଇଡିଂ ଯଥା ବିମଳାଗଡ଼, ପଟାସାହି, ରକ୍ସି, ରେଞ୍ଜଡା, ଚାନ୍ଦିପୋଷ ଓ ବରସୁଁଆରେ ନିୟୋଜିତ ଥିବା ସ୍ଥାନୀୟ ଠିକାଦାରମାନଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନକରିବା ଆଦି ୧୨ ଦଫା ଦାବି ନେଇ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକାରୀ ପ୍ରଥମେ ୫୨୦ ନମ୍ବର ଜାତୀୟ ରାଜପଥ ଦେଇ ଖଣିକୁ ପ୍ରବେଶ କଲାବେଳକୁ ପୁଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ବ୍ୟାରିକେଡ୍ ଭାଙ୍ଗି ଖଣି ଭିତରକୁ ପ୍ରବେଶ କରିଥିଲେ ବିକ୍ଷୋଭକାରୀ। ପରେ ଖଣି ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ବିଧାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସହ ଯେ ପର୍ଯ୍ୟନ୍ତ ସମାଧାନ ନ ହୁଏ ଗଣଧାରଣା ଜାରି ରହିବ ଓ ସମସ୍ତ ରେଳ ସାଇଡିଂକୁ ସମ୍ପୂର୍ଣ୍ଣ ଠପ୍ କରାଯିବ ବୋଲି ବିଧାୟକ ଚେତାବନୀ ଦେଇଥିଲେ।