ସୁନ୍ଦରଗଡ଼: ସ୍ୱାଧୀନତା ଦିବସରେ ବିସ୍ଥାପିତଙ୍କ ଆନ୍ଦୋଳନ ଜାରି ରହିଛି। ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରାଉ ଉଦ୍ୟମ ହୋଇଥିଲା। ସର୍କିଟ ହାଉସ ଭିତରେ ପ୍ଲାକାର୍ଡ ଧରି ପହଞ୍ଚିିଥିଲେ ବିସ୍ଥାପିତ ମହିଳା। ହେଲେ ସେମାନଙ୍କୁ ପୁଲିସ ଉଠାଇନେଇଥିଲା।
ସୁନ୍ଦରଗଡ଼ ଏନଟିପିସି ଦରଲିପାଲି ପାୱାର ପ୍ଲାଣ୍ଟର ଦୁଇ ଗ୍ରାମବାସୀ ଆଲୁପଡା ଓ ବରୋବଗାର ଗ୍ରାମବାସୀମାନେ ଦୀର୍ଘ ଦିନ ହେଲା କମ୍ପାନିର ପ୍ରଦୂଷଣରେ ନୟାନ୍ତ ହୋଇ ତାଙ୍କୁ ବିସ୍ଥାପିତ କରିବା ପାଇଁ ଦାବି କରୁଥିବା ବେଳେ ନା ପ୍ରଶାସନ ନା କମ୍ପାନତ ସେମାନଙ୍କ ଅଭିଯୋଗ ଶୁଣୁଛି। ଆଜି ବାଧ୍ୟ ହୋଇ ସ୍ୱାଧୀନତା ଦିବସ ମନ୍ତ୍ରୀଙ୍କୁ ସର୍କିଟ ହାଉସରେ ଘେରାଉ କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଏମାନଙ୍କୁ ଉଠାଇ ନେଇ ଟାଉନ ଥାନାରେ ଅଟକ ରଖିଥିବା ଜଣାଯାଇଛି।