ଭୁବନେଶ୍ବର: ରାଜ୍ୟରେ ବଢିଚାଲିଥିବା ନାରୀ ନିର୍ଯାତନା ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ଡିସିପି ଅଫିସ ଯାଏ ଯାଇଥିଲେ। ସେମାନେ ଡିସିପି ଅଫିସ ଆଗରେ ପ୍ରତିବାଦ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗାଁ ରୁ ସହର, ବେଳାଭୂମିରୁ କ୍ୟାମ୍ପସ ସବୁଠି ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ କରି ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି ଯୁବ ବିଜେଡି। ଡିଜିପିଙ୍କ ଉଦେଶ୍ୟରେ ଡିସିପିଙ୍କୁ ସ୍ମାରକପତ୍ର ଦେଇଛନ୍ତି।
ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ତୁରନ୍ତ ରାଜ୍ୟର ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ସହ ରାଜ୍ୟରେ ଘଟିଚାଲିଥିବା ନାରୀ ନିର୍ଯାତନା ରୋକିବାକୁ ଠୋସ ପଦକ୍ଷେପ ନେବାକୁ ଦାବି ହୋଇଛି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ।
ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ତୁରନ୍ତ ରାଜ୍ୟର ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ସହ ରାଜ୍ୟରେ ଘଟିଚାଲିଥିବା ନାରୀ ନିର୍ଯାତନା ରୋକିବାକୁ ଠୋସ ପଦକ୍ଷେପ ନେବାକୁ ଦାବି ହୋଇଛି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ।