ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ଓ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ସଂସଦର ବଜେଟ ଅଧିବେଶନ ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦର ମୁର୍ମୁଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଓ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ବିଚାରୀ ଏବଂ ବୋରିଂ ଭଳି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିଜେପିର ଶହଶହ କର୍ମୀ ରାଜରାସ୍ତାରେ ପ୍ରତିବାଦ ସଭା କରିଥିଲେ l
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଲୋଗାନ ଯଥା ମହାମହିମଙ୍କ ଅପମାନ ସହିବୁ ନାହିଁ, ଆଦିବାସୀ ବିରୋଧୀ, ମହିଳା ବିରୋଧୀ କଂଗ୍ରେସ ହାୟ ହାୟ ପ୍ରଭୃତି ସ୍ଲୋଗାନ ଦେଇଥିଲେl ପ୍ରଥମେ ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ ନିଜର ମତାମତ ରଖିବା ପରେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ କହିଥିଲେ ଯେ କଂଗ୍ରେସ ନେତ୍ରୀଙ୍କ ଅପମାନସୂଚକ ମନ୍ତ୍ୟବ ଘୋର ବିରୋଧ କରିବାସହ ଉପସ୍ଥିତ କର୍ମୀଙ୍କୁ କହିଥିଲେ ୨୪ ଘଣ୍ଟା ମଧ୍ୟରେ ସୋନିଆ ଗାନ୍ଧୀ କ୍ଷମା ନ ମାଗିଲେ ଗାଁ,ଗାଁରେ ଆନ୍ଦୋଳନ ସହ କଂଗ୍ରେସ ପୋଷ୍ଟର କୌଣସି ଗାଁରେ ଲଗାଯିବ ନାହିଁ l ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ବିଜେପି ହିଁ କେବଳ ଆଦିବାସୀଙ୍କର ସୁଖଦୁଃଖର ସାଥୀ,ନୂଆ ରାଜ୍ୟ ହେଉ କି ଅଲଚିକିକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ହେଉକି ବିଶ୍ଵ ଆଦିବାସୀ ଦିବସ ପାଳନ, ସବୁଠାରୁ ଉଲ୍ଲେଖନୀୟ ବିଷୟ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରର ରାଷ୍ଟ୍ରପତି କରିବା ଏସବୁ ବିଜେପି ଶାସନରେ ହୋଇଛି l
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଲୋଗାନ ଯଥା ମହାମହିମଙ୍କ ଅପମାନ ସହିବୁ ନାହିଁ, ଆଦିବାସୀ ବିରୋଧୀ, ମହିଳା ବିରୋଧୀ କଂଗ୍ରେସ ହାୟ ହାୟ ପ୍ରଭୃତି ସ୍ଲୋଗାନ ଦେଇଥିଲେl ପ୍ରଥମେ ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ ନିଜର ମତାମତ ରଖିବା ପରେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ କହିଥିଲେ ଯେ କଂଗ୍ରେସ ନେତ୍ରୀଙ୍କ ଅପମାନସୂଚକ ମନ୍ତ୍ୟବ ଘୋର ବିରୋଧ କରିବାସହ ଉପସ୍ଥିତ କର୍ମୀଙ୍କୁ କହିଥିଲେ ୨୪ ଘଣ୍ଟା ମଧ୍ୟରେ ସୋନିଆ ଗାନ୍ଧୀ କ୍ଷମା ନ ମାଗିଲେ ଗାଁ,ଗାଁରେ ଆନ୍ଦୋଳନ ସହ କଂଗ୍ରେସ ପୋଷ୍ଟର କୌଣସି ଗାଁରେ ଲଗାଯିବ ନାହିଁ l ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ବିଜେପି ହିଁ କେବଳ ଆଦିବାସୀଙ୍କର ସୁଖଦୁଃଖର ସାଥୀ,ନୂଆ ରାଜ୍ୟ ହେଉ କି ଅଲଚିକିକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ହେଉକି ବିଶ୍ଵ ଆଦିବାସୀ ଦିବସ ପାଳନ, ସବୁଠାରୁ ଉଲ୍ଲେଖନୀୟ ବିଷୟ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରର ରାଷ୍ଟ୍ରପତି କରିବା ଏସବୁ ବିଜେପି ଶାସନରେ ହୋଇଛି l ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ନୂତନ ସଭାପତି ଜୁରିଲାଲ ମହାନ୍ତ ନିଜ ବକ୍ତବ୍ୟ ରଖିଥିଲେ l
/sambad/media/media_files/2025/02/02/ay2cAXxM4Lnk14n5C1Oj.jpg)
ବିଜେପିର ଟାଣୁଆ ନେତା ତଥା ଦୁଇ ଦୁଇ ଥର ଜିଲ୍ଲାପରିଷଦ ସଭ୍ୟ ବିଜୁ ଗୋପାଳ ଗୋପ ମଧ୍ୟ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗର୍ଜିଥିଲେ। ଶେଷରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସମରା ମାରଣ୍ଡି ସାନ୍ତାଳୀ ଭାଷାରେ ନିଜ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଜେପିର ବିଭିନ୍ନ ମଣ୍ଡଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।