ଭଦ୍ରକ: ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ନିର୍ଦ୍ଦେଶକ୍ରମେ  ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଜିଲ୍ଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍ଧାଙ୍କ ନେତୃତ୍ୱରେ ବାର ଘଣ୍ଟିଆ ଧାରଣା ଦେଇଥିଲେ।

Advertisment

ପ୍ରକାଶ ଥାଉକି ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ସହିତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ବେଳେ ସରକାର ସେଥିପ୍ରତି କର୍ଣ୍ଣପାତ କରି ନଥିବାରୁ ସଂଘ ବାଧ୍ୟ ହୋଇ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନର ଡାକରା ଦେଇଛି ଏବଂ ଭବିଷ୍ୟତରେ ରାଜ୍ୟସ୍ତରରେ ଏକ ବିରାଟ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି। ଏହା ଦ୍ବାରା ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଠି ହେବ ତାହାପାଇଁ ଓଡ଼ିଶା ରାଜ୍ୟ ସରକାର ଦାୟୀ ରହିବ ବୋଲି ସଂଘ ଚେତାବନୀ ଦେଇଛି।

ଭଦ୍ରକ ଜିଲ୍ଲା ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ଦୋଳନରେ ଜିଲ୍ଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍ଧା, ତିହିଡି ଖଣ୍ଡ ସଂଯୋଜକ  ଅଧ୍ୟାପକ କମଳାକାନ୍ତ ଓଝା, ବନ୍ତ ଖଣ୍ଡ ସଂଯୋଜକ ରାଜେଶ ଲେଙ୍କା,ଚାନ୍ଦବାଲି ମହାବିଦ୍ୟାଳୟରୁ ହେମନ୍ତ କୁମାର ସାହୁ, ରାଜେଶ ସାହୁ,ଝରଣା ମଣ୍ଡଳ,ସବିତା ପରିଡ଼ା,ବିଚିତ୍ର ନାୟକ ତିହିଡି ଡିଗ୍ରୀ ମହାବିଦ୍ୟାଳୟରୁ ସୁଜାତା ବେହେରା, ସୁନୀତା ପ୍ରିୟଦର୍ଶିନୀ ତ୍ରିପାଠୀ ,ତିହିଡି ଉଛ ମାଧ୍ୟମିକ ବିଦ୍ୟାଳୟରୁ ସରୋଜ କୁମାର ବାରିକ, ପ୍ରଦୀପ କୁମାର ରାଉଳ, ଦିଲୀପ କୁମାର ସେଠୀଙ୍କ ସମେତ ଅନେକ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।.

ଭଦ୍ରକ ଜିଲ୍ଲା ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ଦୋଳନରେ ଜିଲ୍ଲା ସଂଯୋଜକ ସୌମେନ୍ଦ୍ର ମିର୍ଦ୍ଧା, ତିହିଡି ଖଣ୍ଡ ସଂଯୋଜକ  ଅଧ୍ୟାପକ କମଳାକାନ୍ତ ଓଝା, ବନ୍ତ ଖଣ୍ଡ ସଂଯୋଜକ ରାଜେଶ ଲେଙ୍କା,ଚାନ୍ଦବାଲି ମହାବିଦ୍ୟାଳୟରୁ ହେମନ୍ତ କୁମାର ସାହୁ,ରାଜେଶ ସାହୁ,ଝରଣା ମଣ୍ଡଳ,ସବିତା ପରିଡ଼ା,ବିଚିତ୍ର ନାୟକ ତିହିଡି ଡିଗ୍ରୀ ମହାବିଦ୍ୟାଳୟ ରୁ ସୁଜାତା ବେହେରା, ସୁନୀତା ପ୍ରିୟଦର୍ଶିନୀ ତ୍ରିପାଠୀ ,ତିହିଡି ଉଛ ମାଧ୍ୟମିକ ବିଦ୍ୟାଳୟରୁ ସରୋଜ କୁମାର ବାରିକ, ପ୍ରଦୀପ କୁମାର ରାଉଳ, ଦିଲୀପ କୁମାର ସେଠୀଙ୍କ ସମେତ ଅନେକ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।.