ରାଇରଙ୍ଗପୁର: ମଣିପାଲ ଫାଉଣ୍ଡେସନ ଓ ଏସଏଲଏସ ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ପାଠ୍ୟକ୍ରମ ପାଇଁ "ଆସ୍ପାୟାର ଆଣ୍ଡ ଆଚିଭ ସ୍କଲାରସିପ ପ୍ରୋଗ୍ରାମ"ର ଶୁଭାରମ୍ଭ କରାଯିବ । ଏହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀମାନେ ଆଲାଇଡ୍ ହେଲଥ୍, ବିବିଏ ଓ ବିସିଏରେ ବିଏସସି ପାଠ୍ୟକ୍ରମର ସୁବିଧା ପାଇବେ। ୨୦ ଜଣ ଅର୍ଥନୈତିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି ଛାଚ୍ରବୃତ୍ତି ପ୍ରଦାନ କରାଯିବ । ମଣିପାଲ ଫାଉଣ୍ଡେସନ ହେଉଛି ମଣିପାଲ ଏଜୁକେସନ ଆଣ୍ଡ ମେଡିକାଲ ଗ୍ରୁପର ଏକ ଶାଖା । ଏସଏଲଏସ ଟ୍ରଷ୍ଟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଉନ୍ନତି ନିମନ୍ତେ ମୟୂରଭଞ୍ଜ ଓ ଅନ୍ୟାନ୍ୟ ଅଞ୍ଚଳରେ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି। ଦୁର୍ଗମ ଅଞ୍ଚଳରେ ଏହାର ଶିକ୍ଷାକେନ୍ଦ୍ର ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରିବା ଉପରେ ଟ୍ରଷ୍ଟ ଗୁରୁତ୍ୱ ଦେଇଆସିଛି ।
ମଣିପାଲ ଫାଉଣ୍ଡେସନର ଟ୍ରଷ୍ଟି ଡକ୍ଟର ରଞ୍ଜନ ଆର.ପାଇ କୁହନ୍ତି, “ମଣିପାଲ ଫାଉଣ୍ଡେସନ ସାମଗ୍ରିକ ଏବଂ ନିରନ୍ତର ପଦକ୍ଷେପ ମାଧ୍ୟମରେ ଆମ ସମାଜକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଗୁଣାତ୍ମକ ଶିକ୍ଷାକୁ ସମାନ ଭାବରେ ଉପଲବ୍ଧ କରି ଆମେ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଉନ୍ନତି ସାଧନ ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛୁ । ଏହି ବୃତ୍ତି ଦ୍ୱାରା ଗରିବ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପରେ ସେମାନଙ୍କ ପରିବାର ଏବଂ ସମୁଦାୟକୁ ସହାୟତା କରିପାରିବେ ।
ଏସଏଲଏସ ଟ୍ରଷ୍ଟର ଅଧ୍ୟକ୍ଷା ଇତିଶ୍ରୀ ମୁର୍ମୁଙ୍କ କହିଲେ ଯେ, “ଆମେ ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ମାଧ୍ୟମରେ କୌତୂହଳ ସୃଷ୍ଟି କରି ଏବଂ ମୂଳ ମୂଲ୍ୟବୋଧ ସୃଷ୍ଟି କରି ସେମାନଙ୍କୁ ସଶକ୍ତ କରୁଛୁ । ଏହି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷିତ କରାଇବା ଆମର ଲକ୍ଷ୍ୟ ରହି ଆସିଛି । ସେମାନେ ଉଚ୍ଚ ଶିକ୍ଷିତ ହେବାଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶରେ ସହାୟକ ହୋଇପାରିବେ ।”
ଏସଏଲଏସ ଟ୍ରଷ୍ଟର ଉନ୍ନୟନ ସଂଯୋଜକ ସୁବୋଧ କୁମାର କହିଛନ୍ତି, "ଆମେ ମଣିପାଲ ଫାଉଣ୍ଡେସନର ଏହି ସହଯୋଗ ପାଇଁ କୃତଜ୍ଞ । ଏହାଦ୍ୱାରା କେବଳ ଏହି ୨୦ ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ଜୀବନରେ ପରିବର୍ତ୍ତନ ଆସିବ ନାହିଁ, ଅଧିକନ୍ତୁ ସେମାନେ ଅନ୍ୟମାନଙ୍କ ପାଇଁ ମଧ୍ୟ ଆଦର୍ଶ ପାଲଟିବେ ।”ଆଲାଏଡ୍ ହେଲଥ୍ ପ୍ରୋଗ୍ରାମରେ କ୍ଲିନିକାଲ ସାଇକୋଲୋଜି, କାର୍ଡିଓଭାସ୍କୁଲାର ଟେକ୍ନୋଲଜି, ମେଡିକାଲ ଇମେଜିଂ ଟେକ୍ନୋଲୋଜି, ରେନାଲ ରିପ୍ଲେସମେଣ୍ଟ ଥେରାପି ଏବଂ ଡାଏଲିସିସ୍ ଟେକ୍ନୋଲୋଜି ଓ ଅପ୍ଟୋମେଟ୍ରି ଇତ୍ୟାଦିରେ ବିଏସସି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ (ଏମଏଚଇ)ର ଏକ ଅଂଶ ମଣିପାଲ ଟାଟା ମେଡିକାଲରେ ଏହି ପାଠ୍ୟକ୍ରମ ଉପଲବ୍ଧ ହେବ । ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟ (ଏସଏମୟୁ)ରେ ବିବିଏ ଏବଂ ବିସିଏ ପାଠ୍ୟକ୍ରମ ଉପଲବ୍ଧ ହେବ ।
ମଣିପାଲ ଫାଉଣ୍ଡେସନ ହେଉଛି ମଣିପାଲ ଏଜୁକେସନ ଆଣ୍ଡ ମେଡିକାଲ ଗ୍ରୁପ (ଏମଇଏମଜି)ର ସାମାଜିକ ଏବଂ ଜନମଙ୍ଗଳକାରୀ ଶାଖା । ଏମଇଏମଜିର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଶକ୍ତି ଡକ୍ଟର ଟି. ଏମ୍.ଏ.ପାଇ ମାନବ ବିକାଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କୁ ସଶକ୍ତ କରି ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସର୍ବଦା ଚେଷ୍ଟିତ ଅଛନ୍ତି । ଏହି ମହତ୍ ଉଦ୍ଦେଶ୍ୟକୁ ତାଙ୍କ ପୁଅ ଏମିରିଟାସ, ଏମଇଏମଜିର ଅଧ୍ୟକ୍ଷ ଡ. ରାମଦାସ ଏମ୍. ପାଇ ଏବଂ ନାତି ତଥା ଏମଇଏମଜିର ଅଧ୍ୟକ୍ଷ ଡ. ରଞ୍ଜନ ଆର୍. ପାଇ ଆଗକୁ ବଢ଼ାଇଛନ୍ତି ।
ମଣିପାଲ ଫାଉଣ୍ଡେସନ ଓ ଏସଏଲଏସ ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ପାଠ୍ୟକ୍ରମ ପାଇଁ "ଆସ୍ପାୟାର ଆଣ୍ଡ ଆଚିଭ ସ୍କଲାରସିପ ପ୍ରୋଗ୍ରାମ"ର ଶୁଭାରମ୍ଭ କରାଯିବ । ଏହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀମାନେ ଆଲାଇଡ୍ ହେଲଥ୍, ବିବିଏ ଓ ବିସିଏରେ ବିଏସସି ପାଠ୍ୟକ୍ରମର ସୁବିଧା ପାଇବେ। ୨୦ ଜଣ ଅର୍ଥନୈତିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି ଛାଚ୍ରବୃତ୍ତି ପ୍ରଦାନ କରାଯିବ । ମଣିପାଲ ଫାଉଣ୍ଡେସନ ହେଉଛି ମଣିପାଲ ଏଜୁକେସନ ଆଣ୍ଡ ମେଡିକାଲ ଗ୍ରୁପର ଏକ ଶାଖା । ଏସଏଲଏସ ଟ୍ରଷ୍ଟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଉନ୍ନତି ନିମନ୍ତେ ମୟୂରଭଞ୍ଜ ଓ ଅନ୍ୟାନ୍ୟ ଅଞ୍ଚଳରେ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି। ଦୁର୍ଗମ ଅଞ୍ଚଳରେ ଏହାର ଶିକ୍ଷାକେନ୍ଦ୍ର ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରିବା ଉପରେ ଟ୍ରଷ୍ଟ ଗୁରୁତ୍ୱ ଦେଇଆସିଛି ।
ସେହିପରି ଏସଏଲଏସ ଟ୍ରଷ୍ଟ ୨୦୧୪ ମସିହାରୁ ଏସଏଲଏସ ଟ୍ରଷ୍ଟ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ପ୍ରୟାସ କରୁଛି ଏବଂ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଜୀବିକା ପର୍ଯ୍ୟନ୍ତ ସମସ୍ତ ଦିଗପ୍ରତି ଗୁରୁତ୍ୱ ଦେଇ ଆସିଛି । ଏହି ଆଭିମୁଖ୍ୟ ସମସ୍ତଙ୍କ ପାଇଁ ଲାଭଦାୟକ ହେବାସହ ସବୁଠାରୁ ବ୍ୟାପକ ପ୍ରଶଂସା ଏବଂ ସ୍ୱୀକୃତି ଅର୍ଜନ କରିଛି । ଏହାକୁ ଆଧାର କରି ଟ୍ରଷ୍ଟ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ସହଯୋଗ କରି ଶିଶୁ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛି । ଏହାର ଶିକ୍ଷାଗତ ଲକ୍ଷ୍ୟକୁ ଆଗକୁ ବଢ଼ାଇ ଓଡ଼ିଶାର ପାହାଡ଼ପୁରସ୍ଥିତ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଶିକ୍ଷାବିତ୍, କଳା, ଯୋଗ ଓ ମୂଲ୍ୟବୋଧ ସମନ୍ୱିତ ବ୍ୟାପକ ପାଠ୍ୟକ୍ରମ ପ୍ରଦାନ କରାଯିବାର ଲକ୍ଷ୍ୟ ରଖିଛି।
education