କୋରାପୁଟ:ଗତ ତିନି ବର୍ଷ ତଳେ ଜିଲ୍ଲାରେ କୃଷି ଇକୋ-ଟୁରିଜିମ୍ ସ୍ଥାପନ ପାଇଁ ଯୋଜନା କରାଯାଇଥିଲା। ମୁଖ୍ୟ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ କୃଷି ବିଭାଗ ପକ୍ଷରୁ ସେମିଳିଗୁଡ଼ା ମିକ୍ସଡ୍ ଫାର୍ମରେ ୩୮ ଏକର ଜମି ଚିହ୍ନଟ କରାଯାଇଥିଲା। ଏଠାରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସମ୍ମିଳିତ କରି ବିଭିନ୍ନ ପ୍ରକଳ୍ପ ଖୋଲାଯିବାକୁ ଯୋଜନା କରାଯାଇଥିଲା। ଏହା ପରିସରରେ ପର୍ଯ୍ୟଟକ ମାନେ ରାତ୍ରି ରହଣି ସହ ବୁଲିବା ମଜା ଉଠାଇବାକୁ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରକଳ୍ପର ପ୍ରସ୍ତାବ ରାଜ୍ୟ କୃଷି ବିଭାଗ ନିକଟକୁ ପ୍ରଶାସନିକ ମଞ୍ଜୁରି ପାଇଁ ଗତ ୨୦୨୧ମସିହାରେ ପଠାଯାଇଥିଲା। ତିନି ବର୍ଷ ହେବ ଏହି ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ଲଟକି ରହିଛି।
ପରବ ଲୋକ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଯୋଗ ଦେଇ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ସହ କୃଷିକୁ ସଂଯୋଗ କରି ଇକୋଟୁରିଜମ୍ କରାଯିବାକୁ ଘୋଷଣା କରିବା ପରେ ପୁଣି ତିନି ବର୍ଷ ତଳେ କରାଯାଇଥିବା ପ୍ରସ୍ତାବିତ ପ୍ରକଳ୍ପ କଥା ପୁଣି ଆଲୋଚନାର ପରିଧିକୁ ଆସିଛି।
ପରବ ଲୋକ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଯୋଗ ଦେଇ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ସହ କୃଷିକୁ ସଂଯୋଗ କରି ଇକୋଟୁରିଜମ୍ କରାଯିବାକୁ ଘୋଷଣା କରିବା ପରେ ପୁଣି ତିନି ବର୍ଷ ତଳେ କରାଯାଇଥିବା ପ୍ରସ୍ତାବିତ ପ୍ରକଳ୍ପ କଥା ପୁଣି ଆଲୋଚନାର ପରିଧିକୁ ଆସିଛି।
କୃଷି ଇକୋ-ଟୁରିଜିମ୍ର ପ୍ରାକୃତିକ ପରିବେଶରେ ପର୍ଯ୍ୟଟନ ମାଧ୍ୟମରେ ଗୋଟିଏ ସ୍ଥାନରେ କୃଷି ସମ୍ବନ୍ଧୀୟ ରେ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବାକୁ ପ୍ରସ୍ତାବ ରହିଥିଲା । ସେମିଳିଗୁଡ଼ାରେ ଥିବା ମିକ୍ସଡ ଫାର୍ମରେ ଏଥିଲାଗି ୩୮, ଏକର ଜମି ଚିହ୍ନଟ ହୋଇଛି। ଚିହ୍ନଟ ଜମିରେ ବିଭିନ୍ନ ବିଭାଗ ପକ୍ଷରୁ ନୂଆ ପ୍ରକଳ୍ପ କରାଯିବାକୁ ଯୋଜନା ରହିଥିଲା । ଉଦ୍ୟାନ, ପ୍ରାଣୀ ସମ୍ପଦ, ମତ୍ସ୍ୟ, କୃଷି ଏବଂ କଫି ବୋର୍ଡ ନିଜ ନିଜ ଉତ୍ପାଦ ପ୍ରସ୍ତୁତ କରିବେ । ୩୮ଏକର ବିସ୍ତିର୍ଣ୍ଣ ଉଚ୍ଚାନୀଚ୍ଚା ପାହାଡିଆ ଜମିରେ ଉନ୍ନତମାନର କଫି ଗଛ ,ସିଲଭର ଓକ୍ , ପାଇନ୍ ସହ ଗୋଲମରିଚ ଲାଗିବ। ଶିଶୁ ଉଦ୍ୟାନ, ରାତି ରହଣି ଲାଗି କଟେଜ୍, ହଷ୍ଟେଲ, ଟ୍ରେନିଂ ହଲ୍ ତିଆରି କରାଯିବାର ଯୋଜନା ରହିଛି। ଗଛ ବଢିଗଲେ ଏଠିର ପରିବେଶ କୌଣସି ହିଲଷ୍ଟେସନରୁ କମ ଲାଗିବନି । ପରିସରରେ ନୂତନ କିସମର ବିହନ ଉତ୍ପାଦନ, ଗ୍ରୀନ ହାଉସ, ପଲି ହାଉସ୍, ରଙ୍ଗବେରଙ୍ଗ ଫୁଲ ବଗିଚା, ମହୁ ଚାଷ ଆଦି କରାଯିବା ଯୋଜନା ରହିଥିଲା। କୃଷି, ଉଦ୍ୟାନ, ପ୍ରାଣୀ ସମ୍ପଦ, ମତ୍ସ୍ୟ, କୃଷି ଏବଂ କଫି ବୋର୍ଡ ବିଭାଗୀୟ କର୍ମଚାରୀ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ସଫଳ ରୂପାୟନ ଜନସାଧାରଣଙ୍କୁ ପ୍ରଦର୍ଶନ କରିବେ । ସ୍ଥାନୀୟ ଅଞ୍ଚଳର ଚାଳି ଚଳଣି, ସଂସ୍କୃତି, ପରମ୍ପରା, ଲୋକ ନୃତ୍ୟ,ଗୀତ ଏବଂ ଉତ୍ପାଦିତ କୃଷି ସାମଗ୍ରୀର ପ୍ରଚାର ପ୍ରସାର କରାଯିବ। ପ୍ରକୃତିକୁ ନଷ୍ଟ ଓ ପ୍ରଦୂଷିତ ନକରି ଚାଷର ସଫଳ ରୂପାୟନ ସାଙ୍ଗକୁ ଏ ଅଞ୍ଚଳର କୃଷି, ଉଦ୍ୟାନ କୃଷି, ପଶୁପାଳନ, ଫାର୍ମ ପଣ୍ଡ, ମତ୍ସ୍ୟଚାଷ ସମ୍ପର୍କରେ ରାଜ୍ୟ ଭିତର ଏବଂ ବାହାର ପର୍ଯ୍ୟଟକଙ୍କୁ ଅବଗତ କରାଯିବା ଯୋଜନା ରହିଥିଲା। ତେବେ ଏହି ପ୍ରସ୍ତାବ ଗତ ତିନି ବର୍ଷ ହେବ ଲଟକି ରହିଥିଲେ ହେଁ ମୁଖ୍ୟମନ୍ତ୍ରୀ ଓଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତିନି ବର୍ଷ ତଳର ଏହି ପୁରୁଣା ପ୍ରସ୍ତାବ ପୁଣି କାର୍ଯ୍ୟକାରୀ ହେଉ ଏବଂ ଏହି ପ୍ରସ୍ତାବକୁ ଜିଲ୍ଲାପ୍ରଶାସନ ପୁଣି ନୂଆ ସରକାରଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/31/EeK5JTgDB9JNMMDDsXCK.jpg)