ରାଉରକେଲା: ବନ୍ଦ କରି ଦିଆଯାଇଥିବା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପରିସରସ୍ଥ ଆହାର କେନ୍ଦ୍ର ଆଜି (ଶୁକ୍ରବାର) ଖୋଲିବାକୁ ଯାଉଛି। ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଜିଲ୍ଲା ବିଜେପି ଓ କଂଗ୍ରେସ ନେତାଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ପୁନଃଚାଲୁ କରିବାକୁ ବାଧ୍ୟ ହୋଇଛି।
ବିନା ସୂଚନାରେ ହଠାତ୍ ଆର୍ଜିଏଚ୍ ପରିସରସ୍ଥ ଆହାର କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା। ଆର୍ଜିଏଚ୍କୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟମାନେ ମଧ୍ୟାହ୍ନ ଓ ରାତି ଭୋଜନ ପାଇବାରୁ ବଞ୍ଚିତ ହେଉଥିଲେ। ଖବରପାଇବା ପରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଆହାର କେନ୍ଦ୍ରରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସତ୍ବେ ମଧ୍ୟ ଆହାର କେନ୍ଦ୍ର ଖୋଲାଯାଇ ନଥିଲା। ଗତକାଲି ଜିଲ୍ଲା ବିଜେପିର ସଭାପତି ଲତିକା ପଟ୍ଟନାୟକ, ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି, ଶଶାଙ୍କ ଜେନା, ଅଜୟ କଂସାରୀ, ଅକ୍ଷୟ ଦାଶ, ସତ୍ୟପ୍ରିୟ ସାହୁ ଓ ଶ୍ରୀଧର ମଲ୍ଲିକ ପ୍ରମୁଖ ଆହାର କେନ୍ଦ୍ର ବୁଲିବା ପରେ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟିଥିଲେ। କାହିଁକି ଆହାର କେନ୍ଦ୍ରକୁ ବନ୍ଦ କରାଯାଇଛି ବୋଲି ଜାଣିବାକୁ ଚାହିଁଥିଲେ। ଶୁକ୍ରବାରଠୁ ପୁଣି ଆହାର କେନ୍ଦ୍ର ଖୋଲିବାକୁ କହିଥିଲେ। ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ବିନା ସୂଚନାରେ ହଠାତ୍ ଆର୍ଜିଏଚ୍ ପରିସରସ୍ଥ ଆହାର କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା। ଆର୍ଜିଏଚ୍କୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟମାନେ ମଧ୍ୟାହ୍ନ ଓ ରାତି ଭୋଜନ ପାଇବାରୁ ବଞ୍ଚିତ ହେଉଥିଲେ। ଖବରପାଇବା ପରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଆହାର କେନ୍ଦ୍ରରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସତ୍ବେ ମଧ୍ୟ ଆହାର କେନ୍ଦ୍ର ଖୋଲାଯାଇ ନଥିଲା। ଗତକାଲି ଜିଲ୍ଲା ବିଜେପିର ସଭାପତି ଲତିକା ପଟ୍ଟନାୟକ, ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି, ଶଶାଙ୍କ ଜେନା, ଅଜୟ କଂସାରୀ, ଅକ୍ଷୟ ଦାଶ, ସତ୍ୟପ୍ରିୟ ସାହୁ ଓ ଶ୍ରୀଧର ମଲ୍ଲିକ ପ୍ରମୁଖ ଆହାର କେନ୍ଦ୍ର ବୁଲିବା ପରେ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟିଥିଲେ। କାହିଁକି ଆହାର କେନ୍ଦ୍ରକୁ ବନ୍ଦ କରାଯାଇଛି ବୋଲି ଜାଣିବାକୁ ଚାହିଁଥିଲେ। ଶୁକ୍ରବାରଠୁ ପୁଣି ଆହାର କେନ୍ଦ୍ର ଖୋଲିବାକୁ କହିଥିଲେ। ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ପ୍ରତିନିଧି ଆର୍ଜିଏଚ୍ ନିର୍ଦ୍ଦେଶକ ମନୋଜ ଉପାଧ୍ୟୟଙ୍କୁ ସାକ୍ଷାତ କରି ବନ୍ଦପଡିଥିବା ଆହାର କେନ୍ଦ୍ର ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏଥିସହ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। କଂଗ୍ରେସର ଦେବ ବିହାରୀ, ସାବିର ହୁସେନ, ଜ୍ଞାନେନ୍ଦ୍ର ଦାସ, ଗୋପଳ ଦାସ, ରାମାନନ୍ଦ ଶ୍ରୀଚନ୍ଦନ, ଆଶୀଷ ମହାନ୍ତି, ସରୋଜ ଲେଙ୍କା, ଭୀମ ମହାତୋ, ରଞ୍ଜିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ସରକାରୀ ଡାକ୍ତରଖାନା ପରିସରସ୍ଥ ଆହାର କେନ୍ଦ୍ରକୁ ମଧ୍ୟାହ୍ନରେ ୧୦୦୦ ଓ ରାତିରେ ୩୦୦ ଲୋକଙ୍କ ପାଇଁ ଆସିଥାଏ। ନୂଆବସ୍ଷ୍ଟାଣ୍ଡ, ପାୱାରହାଉସ୍ରୋଡ, ସେକ୍ଟର-୨ ବସ୍ଷ୍ଟାଣ୍ଡ, ଆଇଜିଏଚ୍ ମୁଣ୍ଡା ମାର୍କେଟ ଓ ବେଦବ୍ୟାସ ଏମିତି ମୋଟ ୬ଟି ଆହାର କେନ୍ଦ୍ରରେ ଦୈନିକ ୫ହଜାର ଲୋକଙ୍କୁ ୫ଟଙ୍କାରେ ଡାଲ୍ମା ଓ ଭାତ ଖାଇବାକୁ ଦିଆଯାଉଛି। ୪ଟି ଆହାର କେନ୍ଦ୍ରରେ ଦିନକୁ ଓଳିଏ ଖାଇବାକୁ ଦିଆଯାଉଥିବାବେଳେ ଆର୍ଜିଏଚ୍ ଓ ଆଇଜିଏଚ୍ରେ ମଧ୍ୟାହ୍ନ ଓ ରାତିରେ ଖାଇବାକୁ ଦିଆଯାଉଛି।