ଅହମଦାବାଦ: ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି।
୨୪୧ଜଣ ମୃତଙ୍କ ପରିବାରବର୍ଗଙ୍କ ମଧ୍ୟରୁ କିଛି ପରିବାର ସଦସ୍ୟ ଅଭିଯୋଗ କରି କହିଛନ୍ତି କି, ଏତେ ବଡ଼ ଅଘଟଣ ଘଟିଯାଇଥିବା ସତ୍ତ୍ବେ ଏୟାର ଇଣ୍ଡିଆ ପକ୍ଷରୁ ଏଯାବତ କୌଣସି ପ୍ରକାର ଖବର କି ସମବେଦନା ଆସିନାହିଁ।
Ahmedabad Plane Crash: “मैं आपको 2 करोड़ दूंगी, मेरे पापा मुझे वापस कीजिए” — हादसे में जान गंवाने वाले यात्री की बेटी का दर्द छलका.#AhmedabadPlaneCrash#PlaneCrash#ATReel#AajTakSocial | @PreetiChoudhrypic.twitter.com/dO356djON9
— AajTak (@aajtak) June 13, 2025
ଭୟାବହ ବିମାନ ଦୁର୍ଘଟଣାରେ ବାପାଙ୍କୁ ହରାଇଥିବା ଫାଲଗୁନି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କିଏ କହି ପାରିବ କି ମୋ ବାପାଙ୍କର କ’ଣ ଭୁଲ ଥିଲା ଯିଏକି ଏହି ବିମାନରେ ବସିଥିଲେ।
ମୁଁ ତାଙ୍କ ଝିଅ କହୁଛି। ମୋ ବାପାଙ୍କୁ ଆଣିକି ଦିଅ। ଏୟାର ଇଣ୍ଡିଆ କ’ଣ ଏହି ଘଟଣାକୁ ମଜାକ ଭାବିଛି। କିଛି ଉତ୍ତର ନାହିଁ। କୌଣସି ସମବେଦନା ନାହିଁ। ପ୍ରତି ମୃତକଙ୍କ ପରିବାରକୁ ଏକକୋଟି ଦେବାର କଥା ଉଠୁଛି। ମୁଁ ସେମାନଙ୍କୁ ଦୁଇକୋଟି ଦେବି.. ମୋ ବାପାଙ୍କୁ ଫେରାଇ ଆଣି ପାରିବେ କି? ଯଦି ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା ଯୋଗାଇ ପାରୁ ନାହିଁ ତେବେ ଏୟାରଇଣ୍ଡିଆ ବିମାନ ସେବାକୁ ବନ୍ଦ କରି ଦିଆଯାଉ।#