ବିଶ୍ରା: ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ରେଳମଣ୍ତଳରେ ଆଗାମୀ ଦିନରେ ଟ୍ରେନ୍ ଧକାରେ ହାତୀମୃତ୍ୟୁ ଘଟଣା ଘଟିବ ନାହିଁ ବୋଲି ଆଶାକରୁଛି ରେଳବିଭାଗ। ଚକ୍ରଧରପୁର ରେଳମଣ୍ଡଳର ହାତୀ ଜୋନ୍ ଭାବେ ଚିହ୍ନିତ ବନ୍ଧମୁଣ୍ଡା, ଭାଲୁଲତା, ଜରେଇକେଲା, ବିମଳାଗଡ଼, ବରସୁଆ ସମେତ ଅନ୍ୟାନ୍ୟ ରେଳ ସେକ୍ସନଗୁଡ଼ିକରେ ହାତୀମାନଙ୍କ ସୁରକ୍ଷା ପାଇଁ ରେଳ ପ୍ରଶାସନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ସ୍ଥାପନ କରିବାକୁ ଯାଉଛି। ଯାହା ଫଳରେ ଟ୍ରେନ୍ ସହିତ ଧକା ହେତୁ ହାତୀଙ୍କ ମୃତ୍ୟୁ ପ୍ରାୟ ୯୯.୫ ପ୍ରତିଶତ ହ୍ରାସ ପାଇବ। ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ରେଳବାଇ ପ୍ରଶାସନ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି।
ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ମୂଳତଃ ଏକ ଚାପ-ତରଙ୍ଗ ଆଧାରିତ ପ୍ରଯୁକ୍ତିବିଦ୍ୟା। ଏଥିରେ ଅପ୍ଟିକାଲ୍ ଫାଇବର କେବୁଲ ମଧ୍ୟ ଲଗାଯାଉଛି। ଏହି ବ୍ୟବସ୍ଥା ଚାପ-ତରଙ୍ଗକୁ ଅନୁଭବ କରି ହାତୀଙ୍କ ପାଦ କମ୍ପନ ଚିହ୍ନଟ କରିବ ଏବଂ ତା’ପରେ ଅପ୍ଟିକାଲ୍ ଫାଇବର କେବୁଲ୍ ମାଧ୍ୟମରେ ନିକଟସ୍ଥ ଷ୍ଟେସନ୍ ମାଷ୍ଟର ଏବଂ କେନ୍ଦ୍ରୀୟ ଟ୍ରେନ୍ ନିୟନ୍ତ୍ରଣ କଣ୍ଟ୍ରୋଲ ରୁମ୍କୁ ସିଗନାଲ ପଠାଇବ। ଏହି ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ପ୍ରାୟ ୨୦୦ ମିଟର ଦୂରରୁ ରେଳଧାରଣାରେ ହାତୀଙ୍କ ଗତିବିଧି ଚିହ୍ନଟ କରିବ। ଯାହା ଦ୍ଵାରା କି ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିବା ଟ୍ରେନ୍ର ଚାଳକମାନେ ସତର୍କ ହେବା ସହିତ ରେଳଧାରଣା ପାର ହେଉଥିବା ହାତୀମାନଙ୍କୁ ରକ୍ଷା କରିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରେନ୍ର ଗତି ହ୍ରାସ କରି ପାରିବେ। ଏହି ବ୍ୟବସ୍ଥା ସ୍ଥାପନ ହେବା ଦ୍ଵାରା ଚକ୍ରଧରପୁର ରେଳମଣ୍ଡଳରେ ବିଭିନ୍ନ ହାତୀ ପ୍ରଭାବିତ ରେଳସେକ୍ସନରେ ହାତୀମୃତ୍ୟୁ ଘଟଣାକୁ ହ୍ରାସ କରିହେବ।
ରେଳ ପ୍ରଶାସନ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ମାଲିକାନାରେ ଥିବା ଗୁଜରାଟର ଜାମନଗର ସ୍ଥିତ ଭାନ୍ତରା ଚିଡ଼ିଆଖାନାରୁ ଏକ ତାଲିମପ୍ରାପ୍ତ ହାତୀକୁ ଚକ୍ରଧରପୁରକୁ ନେଇ ଆସିଛି। ଏହି ହାତୀକୁ ଗୁଜରାଟରୁ ଚକ୍ରଧରପୁର ଆସିବା ପାଇଁ ୬ ଦିନ ସମୟ ଲାଗିଛି। ଆସନ୍ତା ସପ୍ତାହରେ ଏହି ହାତୀ ଚକ୍ରଧରପୁର ରେଳମଣ୍ଡଳର ହାତୀ ପ୍ରଭାବିତ ସ୍ଥାନଗୁଡ଼ିକରେ ସିଗନାଲ ଏବଂ ଟେଲିକମ୍ ବିଭାଗ ଦ୍ୱାରା ରେଳଲାଇନରେ ସ୍ଥାପିତ ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ପରୀକ୍ଷା ଏବଂ ଗ୍ରାଫ୍ ତଥ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ରେଳବିଭାଗର ଏହି ପରୀକ୍ଷଣ ସଫଳ ହେଲେ ଟ୍ରେନ୍ ଧକାରେ ହାତୀଙ୍କ ମୃତ୍ୟୁ ଘଟଣା ହ୍ରାସ ପାଇବ।
ଉଲ୍ଲେଖନୀୟ ଯେ ଏହି ବ୍ୟବସ୍ଥା ସ୍ଥାପନ ପାଇଁ ରେଳ ପ୍ରଶାସନ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ମାଲିକାନାରେ ଥିବା ଗୁଜରାଟର ଜାମନଗର ସ୍ଥିତ ଭାନ୍ତରା ଚିଡ଼ିଆଖାନାରୁ ଏକ ତାଲିମପ୍ରାପ୍ତ ହାତୀକୁ ଚକ୍ରଧରପୁରକୁ ନେଇ ଆସିଛି। ଏହି ହାତୀକୁ ଗୁଜରାଟରୁ ଚକ୍ରଧରପୁର ଆସିବା ପାଇଁ ୬ ଦିନ ସମୟ ଲାଗିଛି। ଆସନ୍ତା ସପ୍ତାହରେ ଏହି ହାତୀ ଚକ୍ରଧରପୁର ରେଳମଣ୍ଡଳର ହାତୀ ପ୍ରଭାବିତ ସ୍ଥାନଗୁଡ଼ିକରେ ସିଗନାଲ ଏବଂ ଟେଲିକମ୍ ବିଭାଗ ଦ୍ୱାରା ରେଳଲାଇନରେ ସ୍ଥାପିତ ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ପରୀକ୍ଷା ଏବଂ ଗ୍ରାଫ୍ ତଥ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ରେଳବିଭାଗର ଏହି ପରୀକ୍ଷଣ ସଫଳ ହେଲେ ଟ୍ରେନ୍ ଧକାରେ ହାତୀଙ୍କ ମୃତ୍ୟୁ ଘଟଣା ହ୍ରାସ ପାଇବ।