ମୁମ୍ବାଇ: ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଏବଂ କରଣ ଜୋହର ସୋସିଆଲ ମିଡିଆରେ ସେମାନଙ୍କର ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଭାରତର ବରିଷ୍ଠ ବାରିଷ୍ଟର ସି ଶଙ୍କରନ ନାୟାରଙ୍କ ଜୀବନରୁ ଅନୁପ୍ରାଣିତ ହୋଇଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ବାରିଷ୍ଟର ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଜାଲିଆନୱାଲାବାଗ ଘଟଣା ଉପରେ ଆଧାରିତ | ଏହାର ଅର୍ଥ ହେଉଛି 'ଜଲି ଏଲଏଲବି ୨' ପରେ ଅକ୍ଷୟ କୁମାରଙ୍କୁ ପୁଣି ଥରେ କଳା କୋଟରେ ଦେଖିବାକୁ ମିଳିବ |
ଶୁକ୍ରବାର ଦିନ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଯଦିଓ ଏହାର ନାମ କଣ ରଖାଯିବ ତାହା ଘୋଷଣା ହୋଇନାହିଁ ତଥାପି କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏକ ଅବିସ୍ମରଣୀୟ କାହାଣୀ, ଏକ ଅବାଞ୍ଛିତ ସତ୍ୟ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ କରଣ ସିଂ ତ୍ୟାଗୀ । ଯେଉଁଥିରେ ଅକ୍ଷୟ କୁମାର, ଆର ମାଧବନ୍ ଏବଂ ଅନନ୍ୟା ପାଣ୍ଡେଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ |
ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୧୪, ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ | ଏହି ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଆଧାରିତ | ରଘୁ ପାଲଟ୍ ଏବଂ ପୁଷ୍ପା ପାଲଟଙ୍କ ପୁସ୍ତକ ‘ଦି କେସ୍ ଦେଟ ସୁକ୍ ଦି ଏମ୍ପାୟାର’ ଉପରେ ଆଧାରିତ | ସି ଶଙ୍କରନ ନାୟାର ଜଣେ ଭାରତୀୟ ଓକିଲ, ରାଜନେତା ତଥା ସଂସ୍କାରକ ଥିଲେ, ଯିଏ ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ପ୍ରୋଜେକ୍ଟରେ ଅକ୍ଷୟ କୁମାରଙ୍କୁ ମାଧବନ ଏବଂ ଅନନ୍ୟାଙ୍କ ସହ ଏକାଠି ଦେଖିବାକୁ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2017/09/akshya-kumar.jpg)