ଭୁବନେଶ୍ୱର : ସାବଧାନ..ପଛୁଆ ପବନ ହୋଇପାରେ ଅତି ଭୟଙ୍କର । ଖରା ଦେଖାଦେଲେ ମଧ୍ୟ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି ।ତେବେ ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ । ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ । କିନ୍ତୁ ବାତ୍ୟା ଚାଲିଗଲା ବୋଲି ଭାବି ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ ।

Advertisment

କାରଣ ପୁଣି ପବନ ଫେରିବ ଏବଂ ଏହି ପଛୁଆ ପବନ ଅତି ଭୟଙ୍କର ହେବ ବୋଲି କହିଛନ୍ତି ଏସଆରସି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ ।

ଅର୍ଥାତ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି ।ବାତ୍ୟା ୟାସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାତ୍ୟା ୟାସ ପ୍ରଭାବରେ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।