ନୂଆଦିଲ୍ଲୀ: ଏଲିଅନ ସହିତ ଜଡ଼ିତ ଅନେକ କାହାଣୀ ଆମେ ପଢ଼ିଛୁ ଶୁଣିଛି। ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଅନ୍ୟ ଆମେରିକୀୟ ଏକ୍ସପର୍ଟମାନେ ୟୁଏଫଓ ଦୃଶ୍ୟକୁ ଦେଖିଥିବା ସ୍ପଷ୍ଟ କରିଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁଏଫଓ ସହିତ ଜିଡ଼ିତ ଥିବା ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରିବେ ବୋଲି କୁହାଯାଉଛି।
ତେବେ ଭୌତିକ ବୈଜ୍ଞାନିକମାନେ ଏଲିଅନ ସମ୍ପର୍କକୁ ନେଇ ଏକ ନୂଆ ଚେତାବନୀ ଦେଇଛନ୍ତି। ଭୌତିକ ବିଜ୍ଞାନି ମାର୍କ ବୁକାନନ ଏକ ଦାବି କରିଛନ୍ତି।
ମାର୍କ ବୁକାନନଙ୍କ ଦାବି ଅନୁଯାୟୀ, ଅଲଗା ଗ୍ରହର ପ୍ରାଣୀମାନଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରାଯାଉଛି। ଏହା କିନ୍ତୁ ସମଗ୍ର ମାନବଜାତି ପାଇଁ ବିପଦପୂର୍ଣ୍ଣ। ଏଭଳି କ୍ରମରେ ଏଲିଅନମାଙ୍କ ସହ ସମ୍ପର୍କ ରଖିଲେ ମଣିଷ ଜୀବନ ପ୍ରତି ବିପଦ ରହିଥିବା କୁହାଯାଉଛି। କାରଣ ଆଜି ପର୍ଯ୍ୟନ୍ତ ଏଲିଅନଙ୍କ ସହ ସମ୍ପର୍କ ରଖିବା କାହା ପାଇଁ ଭଲ ହୋଇନାହିଁ। ଏଲିଅନଙ୍କ ସହ ସମ୍ପର୍କ ରଖିଲେ ମଣିଷ ଧ୍ବଂସ ପାଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Untitled-1-copy-27.jpg)