ଏବେ ସବୁ ନଜର ବାଜୁ ଭାଇ ଭଲ୍ଲାଙ୍କ ଉପରେ, ସେ କିଏ ?

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ କୌଣସି ଗୋଟିଏ ଦଳକୁ ବହୁମତ ମିଳିନାହିଁ । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୦୪ଟି ଆସନ ପାଇଥିବାବେଳେ କଂଗ୍ରେସ ୭୮ ଓ ଜେଡିଏସ ୩୮ଟି ଆସନ ପାଇଛି । ତେବେ ସରକାର ଗଢିବା ଲାଗି ଜେଡିଏସକୁ କଂଗ୍ରେସ ସମର୍ଥନ ଘୋଷଣା କରିବା ପରେ ଖେଳ ଏକ ରୋଚକ ମୋଡ ନେଇଛି । କଂଗ୍ରେସ ଓ ଜେଡିଏସ ଆଜି ଅପରାହ୍ନରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁ ଭାଇ ଭଲ୍ଲାଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି କରିବେ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି କରିବ ବୋଲି ଘୋଷଣା କରିଛି । ଏଥିପାଇଁ ବିଜେପି ନିଜର ବରିଷ୍ଠ ନେତା ପ୍ରକାଶ ଜାବଡେକର ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଙ୍ଗାଲୁରୁ ପଠାଇଛି । ଏହା ଫଳରେ ଏବେ ସମସ୍ତଙ୍କ ଆଖି ରାଜ୍ୟପାଳ ବାଜୁ ଭାଇ ଭଲ୍ଲାଙ୍କ ଉପରେ ରହିଛି । ତେବେ କିଏ ଏହିବାଜୁୁଭାଇ ଭଲ୍ଲା ? ଭଲ୍ଲା ହେଉଛନ୍ତି ଗୁଜୁରାଟ ବିଜେପିର ଜଣେ ବରିଷ୍ଠ ନେତା ଓ ରାଜକୋଟର ପୁର୍ବତନ ବିଧାୟକ । ସେ ଗୁଜୁରାଟରେ ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ଅର୍ଥମନ୍ତ୍ରୀ ଥିଲେ । ୨୦୦୨ରେ ସେ ମଧ୍ୟ ମୋଦିଙ୍କ ପାଇଁ ନିଜର ରାଜକୋଟ ଆସନ ଛାଡିଥିଲେ । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭଲ୍ଲାଙ୍କୁ ପୁରସ୍କାର ସ୍ୱରୂପ କର୍ଣ୍ଣାଟକ ରାଜ୍ୟପାଳ କରାଯାଇଥିଲା । ଏଣୁ ଯଦି ଭଲ୍ଲା ପରମ୍ପରାକୁ ଅନୁସରଣ କରନ୍ତି ସେ ବିଜେପିକୁ ସରକାର ଗଢିବା ପାଇଁ ପ୍ରଥମେ ଆମନ୍ତ୍ରଣ କରିବେ ।

ସମ୍ବନ୍ଧିତ ଖବର