ମାଲକାନଗିରି: ଭଲ ରାସ୍ତା ନଥବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ। ଫଳରେ ପୁଣିଥରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଏକ ଚିତ୍ର ଆସିଛି ସ୍ୱାଭିମାନ ଅଞ୍ଚଳରୁ।
ବଡ଼ପଦର ପଞ୍ଚାୟତ ସ୍ଥିତ ସମରରାଙ୍ଗନୀ ଗ୍ରାମର ଶାନ୍ତମା ଖରାଙ୍କୁ ଗର୍ଭଯନ୍ତ୍ରଣା ହୋଇଥିଲ । ସ୍ୱାମୀ ଆଦୁ ଖରା ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ। ହେଲେ ଗ୍ରାମକୁ ଯିବାକୁ ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ମୁନା ହରିଜନ ଓ କିଛି ସମର୍କୀୟମାନେ ମିଶି ଷ୍ଟ୍ରେଚରରେ ଦୁଇ କିଲୋମିଟର ୧୦୮ ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ପରେ ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା। ଗର୍ଭବତୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2017/09/ambulance.jpg)