ସୋର: ବାଲେଶ୍ଵର ଜିଲ୍ଲା ଖଇରା ବଜାରରୁ ଚାଲିଥିଲା ଗଣେଶ ମେଢ ବିସର୍ଜନ ପାଇଁ ଶୋଭାଯାତ୍ରା । ଦୁଇଟି ମେଢ ଆଗପଛ ହୋଇ ଚାଲୁଥିଲା ବେଳେ ପାରମ୍ପରିକ ବାଦ୍ୟଯନ୍ତ୍ରର ନାଚଗୀତ ତାଳେ ସହିତ ଡିଜେ ମଧ୍ୟ ଵାଜୁଥିଲା। ପୁଲିସ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ହଠାତ ଆମ୍ବୁଲାନ୍ସ  ଖଇରା ମେଡ଼ିକାଲରୁ ରୋଗୀ ନେଇ ଭଦ୍ରକ ଯାଉଥିଲା ,ହେଲେ ପୋଷ୍ଟ ଅଫିସ ଛକ ନିକଟରେ ଆମ୍ବୁଲାନ୍ସ ଆଉ ଆଗକୁ ଗଡି ପାରିନଥିଲା। ଆମ୍ବୁଲାନ୍ସ ସାଇରନ ବାଜୁଥାଏ ,କିନ୍ତୁ ଡିଜେ ବାଜ ଯୋଗୁଁ ଶଭୁ ନଥିଲାବେଳେ ପୁଲିସ ନଜରରେ ପଡିବା ଵେଳକୁ ବହୁ ସମୟ ହୋଇଯାଇଥିଲା। ଯାହାଫଳରେ କି ଆମ୍ବୁଲାନ୍ସଟିକୁ ପ୍ରାୟ ୪୦ ମିନିଟ ପରେ ଯାଇଥିଲା। ରାସ୍ତା ଜାମ ହଟାଇବା ପାଇଁ ପୁଲିସ ନାକେଦମ ହୋଇଯାଇଥିଲା।

Advertisment

ସେହିପରି ଆମ୍ବୁଲାନ୍ସଟି ଗଲାପରେ ୟୁକୋ ବ୍ୟାଙ୍କ ନିକଟ ସରକାରୀ ମଦ ଦୋକାନ ରାସ୍ତାରେ ହଠାତ ଗଣ୍ଡଗୋଳ ହୋଇଥିଲା । ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀଣୀ ମୌସୁମୀ ମହାନ୍ତି ସଦଳବଳେ ପହଞ୍ଚିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ଅଣଆୟତ୍ତ ହୋଇଥିଲା । କିଛି ସମୟପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲାବେଳେ ଭସାଣୀବେଳେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ପୁଲିସ  ଦୁର୍ବଳ ଥିବାର ଅଭିଯୋଗ ହେଉଛି ।