ଭୁବନେଶ୍ୱର: ରାଜଧାନୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା | ପଟିଆ ଅଞ୍ଚଳରେ ଏକ ନିର୍ମାଣାଧୀନ ମନ୍ଦିର ନିକଟରୁ ମିଳିଲା ମୃତ ଦେହ | ମୃତକ ଜଣକ ହେଉଛନ୍ତି ସୁଶାନ୍ତ ବେହେରା | ତାଙ୍କ ଘର ପଥରଗାଡ଼ିଆ ଅଂଚଳରେ ହୋଇଥିବାବେଳେ ଅହଲ୍ୟା ହସ୍ପିଟାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ | ପରିବାରର ଅଭିଯୋଗ ମୁତାବକ ଗତକାଲି ଅପରାହ୍ନ ଦୁଇଟା ତିରିଶ ମିନିଟରେ ଘରୁ ବାହାରି ଆସିଥିଲେ,ପରେ ତାଙ୍କ ଫୋନ୍ ଲାଗୁନଥିଲା |
ଏହାପରେ ଘରକୁ ସେ ନ ଫେରିବାରୁ ଘର ଲୋକ ଇନ୍ଫୋଷିଟି ଥାନାରେ ଅଭିଯୋଗ କରିଥିଲେ | ଆଜି ତାଙ୍କ ମୃତ ଦେହ ମିଳିଥିବାବେଳେ କେହି ଆକ୍ରମଣ କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି | ପରିବାର ସଦସ୍ୟଙ୍କ ଅଭିଯୋଗ ମୁତାବକ ପିନ୍ଧିଥିବା ସୁନା ଚେନ ଓ ମୁଦି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2018/01/Deadbody-2.jpg)