ଔପଦା: ରୋଗୀ ଆଣିବାକୁ ଯାଇ ଅଧା ଘଣ୍ଟା ପର୍ଯ୍ଯନ୍ତ କାଦୁଅରେ ଫସି ରହିଲା ଆମ୍ବୁଲାନ୍ସ । ସୂଚନାରୁ ଜଣାଯାଇଛି ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଦକ୍ଷିଣ କୁଅଁରପୁର ଗାଁର ଦୀପ୍ତିମୟୀ ପୃଷ୍ଟି ଡାଇରିଆ ରୋଗରେ ପୀଡିତ ହୋଇ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ । ଗାଡି ମଧ୍ୟ ସଠିକ ସମୟରେ ଉକ୍ତ ଗ୍ରାମକୁ ଯାଇଥିଲା ହେଲେ ଲଗାଣ ବର୍ଷା ଫଳରେ ଗାଁରେ ଥିବା ମାଟି ରାସ୍ତାରେ ଦୀର୍ଘ୍ ଅଧଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସଟି ଫସିକି ରହିଥିଲା।
ଦୀର୍ଘ ସମୟ ଧରି ଆମ୍ବୁଲାନ୍ସଟି ଗାଁରେ ବାହାରି ନପାରିବାରୁ ସ୍ଥାନୀୟ ଗାଁର ଲୋକମାନେ ଆସି ଆମ୍ବୁଲାନ୍ସକୁ ଠେଲି କାଦୁଅରୁ ବାହାର କରିଥିଲେ। ଗାଁରେ ବର୍ଷା ଦିନ ରାସ୍ତା ଭଲ ନଥିବାରୁ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ବାରମ୍ୱାର ରାସ୍ତା ପାଇଁ ଗାଁ ଲୋକ ସ୍ଥାନୀୟ ଜନପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/28/ambulance-2025-06-28-12-15-12.jpg)
