ଭାରତ ପହଞ୍ଚିଲେ ଆମେରିକୀୟ ବିଦେଶ ମନ୍ତ୍ରୀ ପୋମ୍ପିଓ, ୨+୨ ଆଲୋଚନା ଉପରେ ରହିବ ନଜର

ନୂଆଦିଲ୍ଲୀ: ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ବୁଧବାର ରାତି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତ ସହିତ ଗୁରୁବାର ଦ୍ୱିପାକ୍ଷୀକ ଆଲୋଚନା କରିବେ। ଏହା ପୂର୍ବରୁ ମାଇକ୍‌ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ପ୍ରଥମେ ୨+୨ ଆଲୋଚନା ହେବ। ପୋମ୍ପିଓ କହିଛନ୍ତି, ୨ ଦେଶ ମଧ୍ୟରେ ବୈଠକ ରୁଷିଆର ମିସାଇଲ ଡିଫେନ୍ସ ସିଷ୍ଟମ ଓ ଇରାନ ଠାରୁ ତେଲ କିଣିବା ମାମଲାରେ ଆଲୋଚନା ହେବ।

ପୋମ୍ପିଓ ଓ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ଜିମ ମୋଟିସ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଗୁରୁବାର ହେବାକୁ ଥିବା ବୈଠକରେ ଭାଗ ନେବେ। ସୁଷମା ସ୍ୱରାଜ ବୁଧବାର ପୋମ୍ପିଓଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦର ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର