କୋଲକାତା: ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ଙ୍କ ଛାଡପତ୍ର ନେଇ ଚର୍ଚ୍ଚା ହେଉଛି। ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଖବର ଆସିଛି ଯେ ବାହାରକୁ ବୁଲିବାକୁ ଯାଉଛନ୍ତି ପାଣ୍ଡ୍ୟା।

Advertisment

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି- ୨୦ ବିଶ୍ୱକପ୍‌ ୨୦୨୪ ପାଇଁ ନିଜ ଦଳ ସହ ନ୍ୟୁୟର୍କ ଯାଇନାହାନ୍ତି। 'ଛାଡପତ୍ର ଗୁଜବ' ଉପରେ ଏହି ଦମ୍ପତି ନୀରବତା ଅବଲମ୍ବନ କରୁଥିବା ବେଳେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ହାର୍ଦ୍ଦିକ କିଛି ଦିନ ପାଇଁ ବୁଲିବାକୁ ବାହାରକୁ ଯାଉଛନ୍ତି। ସେଠାରୁ ସେ ସିଧାସଳଖ ନ୍ୟୁୟର୍କରେ ଭାରତୀୟ ଦଳରେ ଯୋଗଦେବେ। କ୍ରିକ୍‌ବଜ୍‌ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ଦେଶ ବାହାରକୁ ଯାଇ ସାରିଛନ୍ତି। ଅବଶ୍ୟ ସେ କେଉଁ ସ୍ଥାନକୁ ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରୁ ହାର୍ଦ୍ଦିକଙ୍କ ଉପନାମ ହଟାଇ ଦେବା ପରେ ସେମାନଙ୍କ ଛାଡ଼ପତ୍ର ଚର୍ଚ୍ଚା ଜୋର୍‌ ଧରିଛି। ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ଖବର ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡପତ୍ର ଖବର ମଧ୍ୟରେ ପାଣ୍ଡ୍ୟାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ବର୍ତ୍ତମାନ ପ୍ରଶଂସକମାନେ କ୍ରୁନାଲଙ୍କ ପୋଷ୍ଟକୁ ନେଇ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଏହି ପୋଷ୍ଟରେ କ୍ରୁନାଲ ତାଙ୍କ ପୁଅ ଏବଂ ଭାଇ ହାର୍ଦ୍ଦିକଙ୍କ ପୁଅକୁ କୋଳରେ ଧରିଛନ୍ତି। କ୍ରୁନାଲଙ୍କ ଏହି ପୋଷ୍ଟରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ବର୍ତ୍ତମାନ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ନିଜସ୍ୱ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି, ରିଲାକ୍ସ ଗାଏଜ୍, ଛାଡପତ୍ର ହେଉନାହିଁ ।