କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ୱକଫ୍ ଆଇନ ବିରୋଧୀ ଦଙ୍ଗା ଏବେ ସାରା ଦେଶରେ ଚର୍ଚ୍ଚା। ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହିନ୍ଦୁମାନଙ୍କ ହିଂସା ଓ ବିସ୍ଥାପନ ଉପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ବେଙ୍ଗଲର ହିନ୍ଦୁମାନଙ୍କୁ ବଞ୍ଚାଅ'। ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ପ୍ରତ୍ୟେକ ସାମ୍ବିଧାନିକ ସଂସ୍କାର ଉପରେ ସାମ୍ପ୍ରଦାୟିକ ଆକ୍ରମଣ ଆରମ୍ଭ କରୁଥିବା 'ଷଡ଼ଯନ୍ତ୍ର ସିଣ୍ଡିକେଟ୍'ର ସଂକ୍ରମଣ ପ୍ରତି ଆମକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପଡିବ। ପୂର୍ବରୁ ଅନ୍ୟ ଏକ ପୋଷ୍ଟରେ ସେ ରାଜ୍ୟର ମମତା ସରକାରଙ୍କୁ ଟାର୍ଗେଟ କରିଥିଲେ।
Save the Hindus of Bengal. pic.twitter.com/HfyEWKIuJD
— Amit Malviya (@amitmalviya) April 18, 2025
ଅମିତ ମାଲବ୍ୟ ପୋଷ୍ଟ କରି ଲେଖିଥିଲେ, ଏକ ପ୍ରମୁଖ ଘଟଣାକ୍ରମରେ ରାଜ୍ୟ-ପ୍ରାୟୋଜିତ ସାମ୍ପ୍ରଦାୟିକ ଦଙ୍ଗା ପରେ ମୁର୍ଶିଦାବାଦରେ ବିସ୍ଥାପିତ ବ୍ୟକ୍ତିମାନଙ୍କୁ ଚିହ୍ନଟ, ପୁନରୁଦ୍ଧାର ଓ ପୁନର୍ବାସ କରିବା ପାଇଁ କଲିକତା ହାଇକୋର୍ଟ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବଙ୍କ ମଧ୍ୟରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ନେଇ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି। କମିଟି ସେମାନଙ୍କ ସମ୍ପତ୍ତିର କ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିବ ଏବଂ ପଞ୍ଜିକୃତ ଏଫଆଇଆରର ତଥ୍ୟ ସଂଗ୍ରହ କରିବ। ଏହା ସେହି ପୀଡିତମାନଙ୍କୁ ମଧ୍ୟ ସାହାଯ୍ୟ କରିବ ଯେଉଁମାନେ ଏପର୍ଯ୍ୟନ୍ତ ଏଫଆଇଆର ଦାଖଲ କରିପାରି ନାହାଁନ୍ତି।
In a major development, the Calcutta High Court has constituted a three-member committee comprising one member each from the National Human Rights Commission, the State Human Rights Commission, and the Member Secretary of the State Legal Services Authority, for the… https://t.co/TH0ic7KiNr pic.twitter.com/bW7XFlYldb
— Amit Malviya (@amitmalviya) April 17, 2025
ୱାକଫ (ସଂଶୋଧନ) ଆଇନ ବିରୋଧରେ ଏପ୍ରିଲ ୧୧ ଓ ୧୨ ତାରିଖରେ ମୁର୍ଶିଦାବାଦର ସୁତି, ଧୂଲିଆନ୍ ଓ ଜାଙ୍ଗିପୁର ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ହିଂସା ଘଟିଥିଲା। ଏହି ହିଂସାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।