ପୁଣି ଥରେ କ୍ଷମତାକୁ ଆସିଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇଦେବୁ : ଅମିତ୍‌ ଶାହା

ପଲାମୁ(ଝାରଖଣ୍ଡ) : ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସବୁ ଦଳ ଏବେ ପ୍ରଚାର ପ୍ରସାରରେ ଲାଗି ପଡ଼ିଛି । ଏ ମଧ୍ୟରେ ନିଜର ଦଳ ପାଇଁ ପ୍ରଚାର କରିବାକୁ ଝାରଖଣ୍ଡର ପଲାମୁରେ ଯାଇ ପହଞ୍ଚିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେଠାରେ ପହଞ୍ଚି ସେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ ବିଷୟରେ କହିଥିଲେ ।

indianexpress.com

ଯଦି ପୁଣି ଥରେ ବିଜେପି ସରକାର ଗଠନ କରେ ତେବେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ ହଟାଇ ଦିଆଯିବ । ଏହାକୁ ସଫଳ କରିବା ପାଇଁ ଆପଣମାନଙ୍କୁ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ହେବ । କଂଗ୍ରେସ ସରକାର ଥିବା ସମୟରେ ଭାରତ ଉପରେ ସବୁ ବେଳେ ଆତଙ୍କବାଦୀମାନେ ଆକ୍ରମଣର ଯୋଜନା କରୁଥିଲେ । ଯବାନମାନଙ୍କର ମୁଣ୍ଡକାଟ ମଧ୍ୟ କରି ଦିଆ ଯାଉଥିଲା । କିନ୍ତୁ ଆମେ ଦେଶର ସୁରକ୍ଷା ପାଇଁ କିଛି ବି କରିବୁ । ପାକିସ୍ତାନ କଶ୍ମୀରକୁ ଭାରତଠାରୁ ଅଲଗା କରିବାକୁ ଚାହୁଁଛି । ଆମେ ଏହା ହେବାକୁ ଦେବୁ ନାହିଁ । ପାକିସ୍ତାନରୁ ଗୁଳି ଆସିଲେ ଭାରତରୁ ଗୋଳା ଯିବ ବୋଲି କହିଥିଲେ ଅମିତ ଶାହା ।

ସମ୍ବନ୍ଧିତ ଖବର