ଭୁବନେଶ୍ବର: ଓଡ଼ିଶାରେ ପୁଣି ଥରେ ଦମ୍ ଦେଖାଇଛି ବିଜୁ ଜନତା ଦଳ । ଆଉ ଏହାରି ମଧ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ଆସିଛି ଆଉ ଏକ ସଫଳତା । ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପାଖାପାଖି ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ମେୟରରୁ ବିଧାୟକ ବନିଛନ୍ତି ଅନନ୍ତ।
ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ତେବେ ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଆସିଥିଲା ଏହି ବିଧାନସଭା ଆସନ । କିଏ ଏହି ଆସନରୁ ବିଜୟଟିକା ପିନ୍ଧିବ ସେନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/ananta-narayan-jena-mayor-bmc-at-1024x576.jpg)