ପଟ୍ଟାଙ୍ଗି: ସାଧାରଣ ନିର୍ବାଚନ ସରିବା ପରେ ଦ୍ୱିତୀୟ ଥର ଆନ୍ଧ୍ର ପ୍ରଦେଶର ଓଡ଼ିଶା ମଧ୍ୟକୁ ଅନୁପ୍ରବେଶ ହୋଇଛି। ଆଜି ଆନ୍ଧ୍ରର ଟିଡିପି ସରକାର ଓ ସାଲୁର ବ୍ଲକ କର୍ମଚାରୀ କୋଟିଆର ଧୂଳିପଦରରେ ଅନୁପ୍ରବେଶ କରି ମନରେଗା କାମ ପାଇଁ ଓଡ଼ିଶାର ୪ଟି ଗାଁ ପାଇଁ ଗ୍ରାମସଭା କରି ଫେରିଥିବା ସୂଚନା ମିଳିଛି। କିଛି ଦିନର ନୀରବତା ପରେ ପୁଣି ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ଧୂଳିପଦର ଅନୁପ୍ରବେଶ କରିଛି ଆନ୍ଧ୍ର।
ନିର୍ବାଚନ ସରିବାର ପ୍ରାୟ ୩ ମାସ ପରେ ଦ୍ୱିତୀୟ ଥର ଅନୁପ୍ରବେଶ କରି ଆନ୍ଧ୍ରର ନିର୍ବାଚିତ ନୂତନ ସରକାର ଗ୍ରାମସଭା କରିଥିବା ଜଣାପଡ଼ିଛି l ବିଶେଷ କରି ଏହି କାର୍ଯ୍ୟକ୍ରମଟି ସାଲୁର ମଣ୍ଡଳସ୍ଥିତ ଗଞ୍ଜେଇପଦର ପଂଚାୟତ ଅଧିନରେ ଥିବା ଧୂଳିପଦରରେ ଏକ କ୍ୟାମ୍ପ ମାଧ୍ୟମରେ ଗ୍ରାମସଭା ଅନୁଷ୍ଠିତ କରାଯାଇଥିଲାl ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ, ପୂର୍ବତନ ସରପଞ୍ଚ ବିଶୁ ଗେମେଲ ସମେତ ଏ ଏନେମ କାବିତା, ବିଦ୍ୟୁତ ବିଭାଗୀୟ ଅଧିକାରୀ ରାମକ୍ରିଷ୍ଣା ସମେତ ଏପିଓ ସାଲୁର ଏବଂ ସିଆରପି କାନପୁରୀ ପ୍ରମୁଖ ଯୋଗଦେଇ ଉକ୍ତ ଅଞ୍ଚଳର ମହିଳା ଓ ବୃଦ୍ଧମାନଙ୍କୁ ନେଇ ଗ୍ରାମସଭା ଅନୁଷ୍ଠିତ କରିଥିଲେ।
/sambad/media/media_files/mdoZ2aSfoM1FVsKtUCMX.jpeg)
ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ତରଫରୁ ଅଞ୍ଚଳବାସୀଙ୍କୁ ଯଦି ସ୍ୱାସ୍ଥ୍ୟ ସେବାରେ କୌଣସି ସମସ୍ୟା ଦେଖାଦିଏ ତାହାହେଲେ କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନଯାଇ ଆନ୍ଧ୍ର ଆସିବା ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଧାସଳଖ କହିଥିଲେ ଏବଂ ଜରୁରୀକାଳୀନ ସେବା ପାଇଁ ଫୋନ କଲେ ମଧ୍ୟ ଆମ୍ବୁଲାନ୍ସ ଯୋଗେଇଦେବା ପାଇଁ ମଧ୍ୟ କହିଥିଲେ। ତତସଙ୍ଗେସଙ୍ଗେ ବିଦ୍ୟୁତ କ୍ଷେତ୍ରରେ ମାଗଣା ମିଟର ଦେବା ବ୍ୟବସ୍ଥା ରହିଛି ତେଣୁ ଓଡ଼ିଶାର ବିଦ୍ୟୁତ ବ୍ୟବହାର ନକରି ଆନ୍ଧ୍ରର ବିଦ୍ୟୁତ ସେବା ବ୍ୟବହାର କରିବା ପାଇଁ ମଧ୍ୟ କହିଥିବା ଜଣାପଡ଼ିଛିl
ସୂଚନାଯୋଗ୍ୟ କି କୋଟିଆ ଗ୍ରାମପୁଞ୍ଜିର ତଳଗଞ୍ଜେଇ ପଦର, ନେରେଡିବାଲସା, ଫଗୁଣସିନେରୀ ଓ ପାଟୁସିନେରୀ ପାଇଁ ଗ୍ରାମସଭା କରାଯାଇଛି। କୋଟିଆ ବିବାଦ ନୂଆ ନୁହେଁ। ଦୀର୍ଘ ଦିନରୁ ଏହି ବିବାଦ ଲାଗି ରହିଛି। ଉଭୟ ରାଜ୍ୟର ସହମତିରେ ବିବାଦର ସମାଧାନ ପାଇଁ ପୂର୍ବରୁ ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ସଫଳ ହୋଇପାରି ନାହିଁ।
ଏହି ଖବର ପଢ଼ନ୍ତୁ: ସ୍ୱାମୀଙ୍କ ମୃତ୍ୟୁକୁ ୭ବର୍ଷ ବିତିଲା, ଭତ୍ତାରୁ ବଞ୍ଚିତ ସୁରୁଚି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/dgbQSdYcOKtOeWIAuVjm.jpeg)