ଘୁ.ଉଦୟଗିରି: ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି l କିନ୍ତୁ ବ୍ଲକ ପ୍ରଶାସନ ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀ ହେଉ କି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆସୁଥିବା ଅର୍ଥ କାର୍ଯ୍ୟରେ ନଲାଗି ଅଧା ଖଣ୍ଡିଆ ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ି ରହିବା ଦ୍ୱାରା ପାଠ ପଢି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀ ହେଉ କି କୁନି କୁନି ଶିଶୁ ହେଉ ସୁବିଧା ନପାଇ ଶିକ୍ଷାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l

Advertisment

ଏମିତି ଏକ ଅଧାପନ୍ତରିଆ ଅଙ୍ଗନବାଡି କେନ୍ଦ୍ର ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ବଣ୍ଡଗୁଡା  ପଞ୍ଚାୟତର ଡାଡି ଗାଁରେ l ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଗତ ୨୦୧୮ ମସିହାରେ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା ଏବଂ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ  ଆରମ୍ଭ କରାଯାଇଥିବା ଗ୍ରାମବାସୀ କହିଛନ୍ତି l ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବହୁ ବାର ଲିଖିତ ଅଭିଯୋଗ ପରେ କେନ୍ଦ୍ର ପାଇଁ ଅର୍ଥ ଅନୁମୋଦନ ହୋଇଥିଲା l ତେବେ ଦୀର୍ଘ ୪ ରୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନବାଡି ଗୃହ ନିର୍ମାଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ହୋଇ ପଡ଼ି ରହିଛି l

ଅଙ୍ଗନବାଡି କେନ୍ଦ୍ର ଶେଷ ହୋଇ ନ ଥିବାରୁ ବିଦ୍ୟାଳୟରେ ଥିବା ଗୋଟିଏ ଟିଣ ଘରେ ୩୫ ପିଲାଙ୍କୁ ନେଇ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା ବେଳେ ସେହି ଗୃହ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଭୟରେ ଛାତ୍ରଛାତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ଶେଷ ହୋଇ ନଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା କହିଛନ୍ତି । ଭଙ୍ଗା ଗୃହରେ ଗ୍ରାମର କୁନି କୁନି ଶିଶୁଙ୍କ ଭବିଷ୍ୟତ ଗଢ଼ାଯାଉଛି l

ବର୍ଷ ବର୍ଷ ଧରି ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନ ହୋଇ ପଡ଼ି ରହିବା ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେଉଛି l କେତେବେଳେ ଛୋଟ ଛୋଟ ଶିଶୁଙ୍କ କଣ ଅଘଟଣ ନ ଘଟିବ ତାହା ମଧ୍ୟ ଏଡାଇ ଯାଇ ନପାରେ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ତୁରନ୍ତ ଏହି ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କରିବାକୁ ଡାଡି ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି l