ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ଆସିକା ଅଞ୍ଚଳରେ ବାରହାଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏହାକୁ ନେଇ ପାଇଁ ରାତି ଅନିଦ୍ରା ହେଉଛନ୍ତି ଚାଷୀ। ଧାନ ଫସଲ ପରେ ଏବେ ମକା ଓ ଆଖୁ ଚାଷରେ ଦାଉ ସାଜିଛନ୍ତି ବାରହା ପଲ। ରାତିରେ ଜମିରେ ପଶି ହେକ୍ଟର ହେକ୍ଟର ମକା ଫସଲ ନଷ୍ଟ କରୁଛନ୍ତି ବାରହା ପଲ। ଏହାଫଳରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀଙ୍କ ନିଦ ହଜିଯାଇଛି। ତେଣୁ ଦିନ ତମାମ କ୍ଷେତରେ ପରିଶ୍ରମ କରୁଥିବା ଚାଷୀ ପୁଣି ରାତିରେ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ରାତି ଉଜାଗର ରହୁଛନ୍ତି।
ଏଥିସହ ସାରା ରାତି ଡବା ବାଡ଼େଇ, ବାଣ ଫୁଟାଇ ନିଆ ହୁଳା କରି କ୍ଷେତକୁ ଜଗି ରହୁଛନ୍ତି ଚାଷୀ। ଏପରିକି ଶୀତ କାକରକୁ ଖାତିର ନ କରି ଆସିକା ଅଞ୍ଚଳର ଜୟପୁର,ପଢ଼ାଳ, ତରାପଲ୍ଲୀ ଓ କେନ୍ଦୁପଦର ଆଦି ଅଞ୍ଚଳର ଲୋକେ ନିଜ କ୍ଷେତକୁ ଜଗୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/08/LAyFAPUfKdmRx7Gjmqx7.png)
