ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ସେ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଭରତପୁର ଥାନାରେ ତାଙ୍କ ସହ ହୋଇଥିଲା ଯୌନ ଶୋଷଣ ହୋଇଥିଲା। ଥାନାର ପୁରୁଷ କର୍ମଚାରୀ ଅନ୍ତ ବସ୍ତ୍ର ଖୋଲି ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି କହିଛନ୍ତି। 

Advertisment

ଗଣମାଧ୍ୟମ ଆଗରେ କାନ୍ଦିକାନ୍ଦି ଅଙ୍କିତା ଅଭିଯୋଗ କରି କହିଛନ୍ତି, ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କ ପ୍ୟାଣ୍ଟ ଖୋଲି ଅଶ୍ଳୀଳ କାମ କରିଥିଲେ। ଶନିବାର ରାତିର ଲୋମଟାଙ୍କୁରା ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ପୁରା ଘଟଣାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଛନ୍ତି। ଜଣେ ଓକିଲ ହିସାବରେ ପୁଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫଆଇଆର ରଖିବାକୁ ଦାବି କରୁଥିବା ବେଳେ ପୁଲିସ୍‌ର ତାଙ୍କ ପ୍ରତି ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର  କିପ୍ରକାର ଆଇନ ବୋଲି ପ୍ରଶ୍ନ କରିଛନ୍ତି।

ଅଙ୍କିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଥାନା ଅଧିକାରୀ ପ୍ରଥମେ ଅଙ୍କିତାଙ୍କୁ ଚୁଟି ଧରି ଘୋଷାଡ଼ି ନେଇଥିଲେ। ତା ପରେ ଜଣେ ମହିଳା କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବନ୍ଧିଦେଇଥିଲେ। ଅନ୍ୟ ଜଣେ ମହିଳା କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମ୍‌ରେ ବନ୍ଦ କରିଦେଇଥିଲେ। ନିଜର ପ୍ରତିରକ୍ଷା ପାଇଁ ଅଙ୍କିତା ଚିତ୍କାର କରିଥିଲେ ବୋଲି ପୁରୁଷ ଏବଂ ମହିଳା କନେଷ୍ଟବଳ ମିଶି ତାଙ୍କ ଅନ୍ତ ବସ୍ତ୍ର ଖୋଲି ମାଡ଼ ମାରିଥିଲେ। ପରେ ଭୋରରୁ ଆଇଆଇସି ଆସି ଅଙ୍କିତଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଥାନାରେ ମାଡ଼ମରାଯିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ୫ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଜାତୀୟ ମହିଳା ଆୟୋଗ ନିଜ ତରଫରୁ ମାମଲା ରୁଜୁ କରି ଡିଜିପିଙ୍କୁ ନୋଟିସ ଜାରି କରିଛନ୍ତି।