ବିଶ୍ରା: ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ପୁଣି ଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି। ‘ଆନାକୋଣ୍ଡା-୨’ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ଏହି ଅଭିଯାନ ପୂର୍ବରୁ ସୁରକ୍ଷା ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଇଥିବା ‘ଆନାକୋଣ୍ଡା’ ଅପରେସନ୍ର ଏକ ଅନୁକ୍ରମ ହେବ, ଯାହା ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ନକ୍ସଲମାନଙ୍କୁ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି। ସୂତ୍ରରୁ ଜଣା ପଡ଼ିଛି ଏହି ଅଭିଯାନ କେନ୍ଦ୍ରୀୟ ବାହିନୀ ଓ ଝାଡ଼ଖଣ୍ଡ ପୁଲିସର ମିଳିତ ନେତୃତ୍ୱରେ କରାଯିବ। ଏଥର ଅଭିଯାନ ଆହୁରି ଯୋଜନାବଦ୍ଧ ଭାବରେ ହେବ ଏବଂ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ୍ ନିରୀକ୍ଷଣ, ପର୍ବତସେନା ଓ ଜଙ୍ଗଲ ଯୁଦ୍ଧ ବିଶେଷଜ୍ଞଙ୍କ ସ୍ୱତନ୍ତ୍ରଦଳ ନିୟୋଜିତ କରାଯିବ। ଏହି ଅଭିଯାନରେ ନକ୍ସଲମାନେ କୌଣସି ପ୍ରକାରେ ଖସିଯାଇ ପାରିବେ ନାହିଁ ବୋଲି ଜଣାଯାଇଛି। ଏହି ଅଭିଯାନର ସଫଳତା ପାଇଁ ସ୍ଥାନୀୟ ପ୍ରଶାସନ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅଭିଯାନକୁ ସଫଳ କରିବା ପାଇଁ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅସ୍ଥାୟୀ ସିଆର୍ପିଏଫ୍ ପୋଷ୍ଟ ମଧ୍ୟ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଅଭିଯାନ ସମୟରେ ସାଧାରଣ ନାଗରିକଙ୍କ ସୁରକ୍ଷା ସର୍ବୋପରି ରହିବ ବୋଲି କହାଯାଉଛି।
ସରଣ୍ଡା ଜଙ୍ଗଲ ଦେଶର ସବୁଠାରୁ ଘନ ଓ ଦୁର୍ଗମ ଅଞ୍ଚଳ ମଧ୍ୟରୁ ଗୋଟିଏ। ଦୀର୍ଘ ସମୟ ଧରି ଏହି ଜଙ୍ଗଲ ମାଓବାଦୀଙ୍କ ଗଡ଼ ହୋଇରହିଛି। ୨୦୧୧ ମସିହା ଅଗଷ୍ଟମାସରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଦମନ ପାଇଁ ଅପରେସନ ଆନାକୋଣ୍ଡା ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଝାଡ଼ଖଣ୍ଡ ପୁଲିସକୁ ବହୁ ସଫଳତା ମିଳିବା ସହିତ ମାଓ ସଙ୍ଗଠନର ବ୍ୟପକ କ୍ଷତି ହୋଇଥିଲା। ଏହାର ପ୍ରାୟ ୧୪ ବର୍ଷ ପରେ ପୁଣିଥରେ ଅପରେସନ ଆନାକୋଣ୍ଡା-୨ ଆରମ୍ଭ ହେବାକୁ ଯାଉଛି। ୨୦୨୬ ସୁଦ୍ଧା ସରଣ୍ଡା ଜଙ୍ଗଲକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରାଯିବ ବୋଲି ଝାଡ଼ଖଣ୍ଡ ପୁଲିସ ଦାବି କରିଛି। ଏ ଭଳି ସ୍ଥିତିରେ ଅପରେସନ ଆନାକୋଣ୍ଡା-୨ ମାଓ ସଂଗଠନ ପାଇଁ ଏକ ଚ୍ୟାଲେଞ୍ଜ ପାଲିଟିଛି। ଏହି ଅଞ୍ଚଳରେ ସ୍ଥାୟୀଶାନ୍ତି ଓ ବିକାଶର ପଥ ପ୍ରଶସ୍ତ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ ଯେ, ସରଣ୍ଡା ଜଙ୍ଗଲ ଦେଶର ସବୁଠାରୁ ଘନ ଓ ଦୁର୍ଗମ ଅଞ୍ଚଳ ମଧ୍ୟରୁ ଗୋଟିଏ। ଦୀର୍ଘ ସମୟ ଧରି ଏହି ଜଙ୍ଗଲ ମାଓବାଦୀଙ୍କ ଗଡ଼ ହୋଇରହିଛି। ୨୦୧୧ ମସିହା ଅଗଷ୍ଟମାସରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଦମନ ପାଇଁ ଅପରେସନ ଆନାକୋଣ୍ଡା ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଝାଡ଼ଖଣ୍ଡ ପୁଲିସକୁ ବହୁ ସଫଳତା ମିଳିବା ସହିତ ମାଓ ସଙ୍ଗଠନର ବ୍ୟପକ କ୍ଷତି ହୋଇଥିଲା। ଏହାର ପ୍ରାୟ ୧୪ ବର୍ଷ ପରେ ପୁଣିଥରେ ଅପରେସନ ଆନାକୋଣ୍ଡା-୨ ଆରମ୍ଭ ହେବାକୁ ଯାଉଛି। ୨୦୨୬ ସୁଦ୍ଧା ସରଣ୍ଡା ଜଙ୍ଗଲକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରାଯିବ ବୋଲି ଝାଡ଼ଖଣ୍ଡ ପୁଲିସ ଦାବି କରିଛି। ଏ ଭଳି ସ୍ଥିତିରେ ଅପରେସନ ଆନାକୋଣ୍ଡା-୨ ମାଓ ସଂଗଠନ ପାଇଁ ଏକ ଚ୍ୟାଲେଞ୍ଜ ପାଲିଟିଛି। ଏହି ଅଞ୍ଚଳରେ ସ୍ଥାୟୀଶାନ୍ତି ଓ ବିକାଶର ପଥ ପ୍ରଶସ୍ତ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
naxal