ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ର ୧୯୮୨ ବ୍ୟାଚ୍ର ଛାତ୍ରମାନଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରେଡ୍କ୍ରସ୍ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେକ ବରିଷ୍ଠ ଆଇପିଏସ଼୍ ଅଧିକାରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଏସ୍ଭିନିର୍ତାର, ଓଲଟପୁରର ସ୍ପିଚ୍ ଓ ହିୟରିଂ ବିଭାଗ ମୁଖ୍ୟ ଜୟଶଙ୍କର ପଣ୍ଡା, ପ୍ରଦୀପ୍ତ କୁମାର ମହାପାତ୍ର, ମାନସ ଦାସ , ଯୁଗ୍ମ ନିର୍ଦ୍ଦେଶକ,ପ୍ରସିକ୍ୟୁସନ ଅଜିତ୍ ପଟ୍ଟନାୟକ, ଅଜୟ ମହାନ୍ତି, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତାପସ କୁମାର ମହାନ୍ତି ଓ ଅନ୍ୟ ପୁରାତନ ଛାତ୍ରମାନଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ଭୀମଭୋଇ ମୂକ ବଧୀର ସ୍ୱତନ୍ତ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇ-ପ୍ୟାଡ୍ ଓ ପେନ୍ ଡ୍ରାଇଭ୍ ପ୍ରଦାନ କରାଯାଇଥିଲା । ଏଥି ସହ ବିଦ୍ୟାଳୟ ପାଇଁ ଏକ ସାଉଣ୍ଡ ସିଷ୍ଟମ୍ ମଧ୍ୟ ପ୍ରଦାନ କରାଯାଇଥିଲା ।
ସ୍ଥାନୀୟ ରେଡ୍କ୍ରସ୍ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେକ ବରିଷ୍ଠ ଆଇପିଏସ଼୍ ଅଧିକାରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଏସ୍ଭିନିର୍ତାର, ଓଲଟପୁରର ସ୍ପିଚ୍ ଓ ହିୟରିଂ ବିଭାଗ ମୁଖ୍ୟ ଜୟଶଙ୍କର ପଣ୍ଡା, ପ୍ରଦୀପ୍ତ କୁମାର ମହାପାତ୍ର, ମାନସ ଦାସ , ଯୁଗ୍ମ ନିର୍ଦ୍ଦେଶକ,ପ୍ରସିକ୍ୟୁସନ ଅଜିତ୍ ପଟ୍ଟନାୟକ, ଅଜୟ ମହାନ୍ତି, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତାପସ କୁମାର ମହାନ୍ତି ଓ ଅନ୍ୟ ପୁରାତନ ଛାତ୍ରମାନଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ଭୀମଭୋଇ ମୂକ ବଧୀର ସ୍ୱତନ୍ତ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇ-ପ୍ୟାଡ୍ ଓ ପେନ୍ ଡ୍ରାଇଭ୍ ପ୍ରଦାନ କରାଯାଇଥିଲା । ଏଥି ସହ ବିଦ୍ୟାଳୟ ପାଇଁ ଏକ ସାଉଣ୍ଡ ସିଷ୍ଟମ୍ ମଧ୍ୟ ପ୍ରଦାନ କରାଯାଇଥିଲା
ପରେ ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରୁ ଆସିଥିବା ବନ୍ଧୁମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତୀତର ସ୍ମୃତିଚରଣ ସହ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା । ବନ୍ଧୁମାନେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ସଂଗଠନ ମଧ୍ୟରେ ସମନ୍ଵୟ ରକ୍ଷାପୂର୍ବକ ବିଭିନ୍ନ ସମାଜକଲ୍ୟାଣମୂଳକ କାର୍ଯ୍ୟରେ ବ୍ରତୀ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ୧୯୮୨ ବ୍ୟାଚ୍ର ପ୍ରାୟ ସମସ୍ତ ଛାତ୍ର ଯୋଗଦେଇଥିଲେ ।