ରାଜ୍ୟରୁ ଆଜି ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସମ୍ବଲପୁରରୁ ୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୫ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ବାଲେଶ୍ବରରୁ ୧୧ଜଣ, ବରଗଡ଼ରୁ ୯ଜଣ, କଟକରୁ ୯ଜଣ, ଖୋର୍ଧାରୁ ୮ଜଣ, ଯାଜପୁରରୁ ୮ଜଣ, ଜଗତସିଂହପୁରରୁ ୬ଜଣ, ନୂଆପଡ଼ାରୁ ୬ଜଣ, ବଲାଙ୍ଗୀରରୁ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ଅନୁଗୁଳରୁ ୪ଜଣ, ଝାରସୁଗୁଡ଼ାରୁ ୪ଜଣ, ନବରଙ୍ଗପୁରରୁ ୪ଜଣ, ଗଞ୍ଜାମରୁ ୩ଜଣ, ମୟୁରଭଞ୍ଜରୁ ୩ଜଣ, କଳାହାଣ୍ଡିରୁ ୨ଜଣ, ଦେବଗଡ଼ରୁ ଜଣେ, କେନ୍ଦ୍ରାପଡ଼ା ଜଣେ, କୋରାପୁଟରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରୁ ୩୩୨୧୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର