ପ୍ଲାଜମା ଥେରାପି ଚିକିତ୍ସାରେ ସୁସ୍ଥ ହେଲେ ୧୦୪ ଆକ୍ରାନ୍ତ, କରୋନାରୁ ଆଜି ସୁସ୍ଥ ହେଲେ ୨୫୧୯ ଆକ୍ରାନ୍ତ

ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୩ ହଜାର ୨୩୩

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି। ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହେଉଥିବା ୧୦୪ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛି। ଏଥି ସହିତ ରାଜ୍ୟରେ ଆଜି ୧୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୩ ହଜାର ୨୩୩ରେ ପହଂଚିଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ୨୧୬ ଜଣ, ପୁରୀ ଜିଲ୍ଲାରୁ ୨୧୦ ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୫ ଜଣ, କେରାପୁଟ ଜିଲ୍ଲାରୁ ୧୬୯ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୦ ଜଣ, କଟକ ଜିଲ୍ଲାରୁ ୧୨୯ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ନୟାଗଡ଼ ଜିଲ୍ଲାରୁ ୯୫ ଜଣ, ସମ୍ବଲପୁର ଜିଲ୍ଲାରୁ ୮୫ ଜଣ, ମାଲକାନଗିରି ଜିଲ୍ଲାରୁ ୮୪ ଜଣ, ଭଦ୍ରକ ଜିଲ୍ଲାରୁ ୭୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬ ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଜଣ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୪୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୨ ଜଣ, ଗଜପତି ଜିଲ୍ଲାରୁ ୪୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୯ ଜଣ, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରୁ ୩୮ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରୁ ୩୩ ଜଣ, ନୂଆପଡ଼ା ଜିଲ୍ଲାରୁ ୨୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, ବରଗଡ଼ ଜିଲ୍ଲାରୁ ୨୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ, ଯାଜପୁର ଜିଲ୍ଲାରୁ ୧୨ ଜଣ, ଦେବଗଡ଼ ଜିଲ୍ଲାରୁ ୪ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।

 

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୭ ଲକ୍ଷ ୩୧ ହଜାର ୫୫୬ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୧ ଲକ୍ଷ ୯୩୪ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୭୦ ହଜାର ୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୮୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୭ ହଜାର ୧୬୬ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର