ରାଜ୍ୟରେ ଆଜି କରୋନାରୁ ୭୨୧ ଜଣ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୭୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୪୪, ବାଲେଶ୍ୱରରୁ ୩୫, ମୟୂରଭଂଜରୁ ୨୯, ଅନୁଗୁଳ, ଜଗତସିଂହପୁରରୁ ୨୬-୨୬, ଭଦ୍ରକରୁ ୧୯, ନୟାଗଡ଼ରୁ ୧୭, କେନ୍ଦ୍ରାପଡ଼ାରୁ ୧୫ ଓ ପୁରୀରୁ ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼, ସୁନ୍ଦରଗଡ଼ରୁ ୧୩-୧୩, କେନ୍ଦୁଝରରୁ ୧୦, କନ୍ଧମାଳରୁ ୯, ଦେବଗଡ଼ରୁ ୭, ମାଲକାନଗିରି, ନବରଂଗପୁର, ନୂଆପଡ଼ାରୁ ୬ ଜଣ ଲେଖାଏଁ, ବଲାଙ୍ଗୀରରୁ ୪, ଗଂଜାମ, ରାୟଗଡ଼ାରୁ ୩-୩, କଳାହାଣ୍ଡି, କୋରାପୁଟରୁ ୨-୨, ବୌଦ୍ଧ-ଢେଙ୍କାନାଳରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୫୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର