୨ ଆନାକୋଣ୍ଡା ମରିବା ପରେ ନନ୍ଦନକାନନରେ ପୁଣି ଏକ ଗୁରୁତର

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ମାଈ ହଳଦିଆ ଆନାକୋଣ୍ଡା ଗୁରୁତର ହୋଇପଡିଛି । ମଳରେ ରକ୍ତ ପଡିବା ସହ ସେ ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ପ୍ରାଣୀ ଚିକିତ୍ସକମାନେ ଜାଣିବାକୁ ପାଇଛନ୍ତି ।

ଗତମାସ ୨୮ ଓ ୩୦ ତାରିଖରେ ଦୁଇଟି ଆନାକୋଣ୍ଡା ପ୍ରାଣ ହରାଇଥିଲେ । ସେମାନଙ୍କ ନିକଟରେ ଯେଉଁ ଲକ୍ଷଣ ଦେଖାଦେଇଥିଲା ଏହି ମାଈ ଆନାକୋଣ୍ଡା କ୍ଷେତ୍ରରେ ବି ସେହି ଲକ୍ଷଣ ଦେଖାଦେଇଛି । ପ୍ରୋଟେଜୋନ ବା ଏମିବା ଦ୍ୱାରା ଏହି ଆନାକୋଣ୍ଡା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଏହା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇଦେଇଛି ।

ନନ୍ଦନକାନନକୁ ପ୍ରଥମ ଥର ଲାଗି ଅକ୍ଟୋବର ୨୨ ତାରିଖରେ ୮ଟି ଆନାକୋଣ୍ଡା ଆସିଥିଲା । ସେଥିମଧ୍ୟରୁ ୨ଟି ଆନାକୋଣ୍ଡାର ମୃତ୍ୟୁ ପରେ ଆଉ ୬ଟି ଆନାକୋଣ୍ଡା ଅଛନ୍ତି ।

ସମ୍ବନ୍ଧିତ ଖବର