ଖୋର୍ଦ୍ଧା/ନିରାକାରପୁର: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତ୍ୟୁ ହୋଇଛି।
ଟାଙ୍ଗୀ ରେଞ୍ଜ ଓଳସିଂ ପଞ୍ଚାୟତ ଡମଣଭୂମିସ୍ଥିତ ଭଣ୍ଡାରୀଝର ଠାରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣା ସ୍ଥଳରେ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟକି ଗତ ଜୁଲାଇ ୮ତାରିଖରେ ଉକ୍ତ ସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ତେବେ ବନ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଆଉ ଗୋଟିଏ ହାତୀର ମୃତ୍ୟୁକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/elephant-narasinghpur-603x430-4.jpg)