କନ୍ଧମାଳରେ ଆଉ ଏକ ଲଜ୍ଜା: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ, ଭିଡିଓ ଭାଇରାଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ଥିବା ସେବାଶ୍ରମରେ ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଜାତୀୟ ମାନବାଧିକାର କମିସନ ନିକଟରେ ପହଂଚିଥିବା ବେଳେ ଜିଲ୍ଲାରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲିଗୁଡ଼ା ଅଂଚଳରେ ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିବା ପରେ ବ୍ଲାକମେଲିଂ କରିଥିଲା। ପୀଡ଼ିତାଙ୍କ ମା’ଙ୍କ ଦ୍ୱାରା ସୋମବାର ଜି.ଉଦୟଗିରିସ୍ଥିତ ଆଦର୍ଶ ଥାନରେ ଅଭିଯୋଗ ହେବା ପରେ ମାମଲା ଲୋକଲୋଚନକୁ ଆସିଛି।

ଅଭିଯୋଗ ଅନୁସାରେ ୧ ମିନିଟ ୧୧ ସେକେଣ୍ଡର ଏକ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡିଆରେ ବୁଲୁଛି, ଯାହାକୁ ୮ ଦିନ ତଳେ ଅପଲୋଡ କରାଯାଇଛି। ଏଥିରେ ଜଣେ ନାବାଳିକାଙ୍କ ସହିତ ଯୁବକ ଶାରୀରିକ ସଂପର୍କ ରଖିଥିବା ଦେଖାଯାଇଛି।

ପୁଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ପ୍ରିନ୍ସକୁ ଗିରଫ କରିଛି। ପ୍ରିନ୍ସ ଓ ୧୭ ବର୍ଷୀୟା ନାବାଳିକା ଗୋଟିଏ ମହାବିଦ୍ୟାଳୟରେ ପଢୁଥିଲେ। ଏହାରି ଭିତରେ ଗଢ଼ି ଉଠିଥିବା ପ୍ରେମ ଶାରୀରିକ ସଂପର୍କରେ ପରିଣତ ହୋଇଥିଲା। ନାବାଳିକାର ସରଳତାର ସୁଯୋଗ ନେଇ ପ୍ରିନ୍ସ ବିବାହର ପ୍ରତିଶ୍ରୁତି ଦେଇ ୨୦୧୮ ଅଗଷ୍ଟରେ ଶାରୀରିକ ସଂପର୍କ ରଖିଥିଲା।

ସମ୍ବନ୍ଧିତ ଖବର