କେନ୍ଦ୍ରାପଡ଼ା କୁରୁକ୍ଷେତ୍ର ! ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରି ଅନୁଭବ କହିଲେ ସେ ବେଇମାନ୍

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ନାମାଙ୍କନ ଭରିବା ପରେ ତାଙ୍କର  ବିଜେପି ପ୍ରତିପକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି । ଅନୁଭବ କହିଛନ୍ତି, “ମୋ ପୂର୍ବରୁ ଯେଉଁ ସାଂସଦ ବିଜେଡି ଟିକେଟ୍ ପାଇ କେନ୍ଦ୍ରାପଡ଼ାର ବିକାଶ କରିପାରିଲେ ନାହିଁ ତାଙ୍କୁ ଲୋକମାନେ ପ୍ରତ୍ୟାଖାନ କରିବେ । ଏପରିକି ସେ ଜଣେ ଶିଳ୍ପପତି ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ଯେଉଁ ମାତ୍ରାରେ ଶିଳ୍ପର ବିକାଶ ହୋଇପାରିଥାନ୍ତା ତାହା ମଧ୍ୟ କରିଲେ ନାହିଁ । ସେ କେବଳ ଗୋଟେ ରାଷ୍ଟ୍ରୀୟ ଦଳର ଏଜେଣ୍ଟ ଓ ରାଜ୍ୟ ସରକାର ବିରୋଧୀ ଭାବେ ଏଠାରେ କାର୍ଯ୍ୟ କରୁଥିଲେ । ଯେଉଁଥି ପାଇଁ କେନ୍ଦ୍ରାପଡ଼ାର ବିକାଶ ଓ ଯୁବକମାନଙ୍କ ନିଯୁକ୍ତି କ୍ଷେତ୍ରରେ ବାଧା ଉପୁଜିଛି ।”

ଏପରିକି ପୂର୍ବତନ ସାଂସଦ କିଛି ହାତ ଗଣତି ପାଣିଟାଙ୍କି କରି ବାହା ବାହାବା ନେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ପିଇବା ପାଣି ସମସ୍ୟା ରହିଛି । କିନ୍ତୁ ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେବି ନାହିଁ କି ଅଧିକ ସ୍ୱପ୍ନ ଦେଖାଇବି ନାହିଁ । ମୋ ଦ୍ୱାରା ଯାହା ସମ୍ଭବ ମୁଁ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ନିଶ୍ଚୟ କରିବି । ପ୍ରତି ପଞ୍ଚାୟତ ଓ ଘରେ ଘରେ ପାଣି ପହଁଚିବ ବୋଲି କହିଛନ୍ତି ଅନୁଭବ ।

ବୈଜୟନ୍ତଙ୍କ ସହ ଟକ୍କର ହେବ ବୋଲି ପ୍ରଶ୍ନର ଉତ୍ତର ରଖି ଅନୁଭବ କହିଛନ୍ତି କି, ତାଙ୍କ ଭଳି ଜଣେ ବେଇମାନ ଲୋକଙ୍କ ସହ ମୋର କୌଣସି ମୁକାବିଲା ହେବ ନାହିଁ । କାରଣ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର, ଯାହା ବିଜୁବାବୁଙ୍କ କର୍ମଭୂମୀ ଆଉ ଏଠାକାର ଲୋକ ସ୍ୱାଭିମାନୀ ଓଡ଼ିଆ। ତେଣୁ ଜଣେ ବେଇମାନ୍ ଲୋକକୁ କେନ୍ଦ୍ରାପଡ଼ାବାସୀ ମାଟି ମାଡ଼ିବାକୁ ଦେବେ ନାହିଁ  ବୋଲି କହି ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅନୁଭବ । ଏହାସହ ନବୀନ ବାବୁଙ୍କ ବିକାଶଧାରା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ମୋର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତି ଅନୁଭବ ।

ସମ୍ବନ୍ଧିତ ଖବର