ଭୁବନେଶ୍ୱର: ସାଉଥ ଫିଲ୍ମ ହିନ୍ଦୀରେ ଡବିଙ୍ଗ ହୋଇ ଓଡିଶା ଆସିଲା ଆଉ ଓଡ଼ିଆ ଫିଲ୍ମକୁ ହଲରୁ ହଟାଇଦେଲେ ହଲ ମାଲିକ | ଆଉ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ କଲେ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି | ଅନୁଭବ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ କରି ଲେଖିଛନ୍ତି ଯେ ଏହି ଦଶହରାରେ ଓଡ଼ିଆ ସିନେମା ଏହାର ସବୁଠାରୁ ଖରାପ ସମୟକୁ ମୁକାବିଲା କରୁଛି, ଯେତେବେଳେ ହାଉସଫୁଲ ଚାଲିଥିବା ଓଡ଼ିଆ ସିନେମାକୁ ହଟାଇଦିଆଯାଇ ଅନ୍ୟ ଭାଷାର ଫିଲ୍ମ ଓ ହିନ୍ଦୀ ଫିଲ୍ମକୁ ପ୍ରାଥମିକତା ଦିଆଯାଉଛି |
ଅନ୍ୟ ଭାଷାର ଫିଲ୍ମଗୁଡିକ କିଭଳି ପ୍ରଦର୍ଶିତ କରାଯାଇପାରିବ ସେଥିପାଇଁ ଓଡ଼ିଆ ଫିଲ୍ମକୁ ହଲରୁ ହଟାଇଦିଆଯାଉଛି | ଏହା ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି ଓ ଲୋକଙ୍କ ପ୍ରତି ଅନ୍ୟାୟ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି | ଅନୁଭବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅପିଲ କରିଛନ୍ତି ଯେ ଆପଣ ଓଡ଼ିଆ ସିନେମା ସହ ଛିଡ଼ାହୁଅନ୍ତୁ ଓ ଆମ ଓଡ଼ିଆ ଫିଲ୍ମ କିଭଳି ସିନେମା ହଲରେ ସମାନ ସ୍ଥାନ ପାଇବ ତାହା ପ୍ରତି ଗୁରୁତ୍ୱ ଦିଅନ୍ତୁ |
/filters:format(webp)/sambad/media/media_files/2025/10/02/e42d7fd7-256d-4ac3-a02e-4cd26c1ca335-2025-10-02-18-33-19.jpg)
ଅନୁଭବଙ୍କ ଅପିଲ ପଛର ସତ
ବାସ୍ତବରେ ଅନୁଭବଙ୍କ ଅପିଲ ପଛରେ ବି ସତ୍ୟତା ରହିଛି | ଯଦି ଆମେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ହଲମାନଙ୍କ ସିନେମା ତାଲିକା ଉପରେ ନଜର ପକାଇବା ତେବେ ଦେଖିବାକୁ ମିଳିଛି ଯେ ଅନୁଭବଙ୍କ ଫିଲ୍ମ ପାଇଁ ସିନେମା ହଲରେ ୨ରୁ ୩ଟି ସ୍ଲଟ ଥିବାବେଳେ ପୂଜା ମାହୋଲରେ ମୁକ୍ତିଲାଭ କରିଥିବା ଚ୍ୟାଲେଞ୍ଜ ପାଇଁ ଗୋଟିଏ ଲେଖାଏଁ ସ୍ଲଟ ଦିଆଯାଇଛି | ଅନ୍ୟପଟେ ହିନ୍ଦୀ ଭାଷାରେ ଡବିଙ୍ଗ ହୋଇଥିବା ଫିଲ୍ମ କାନ୍ତାରା ପାଇଁ ୧୦ରୁ ଅଧିକ ସ୍ଲଟ ରହିଛି | /filters:format(webp)/sambad/media/media_files/2025/10/02/kantara-2025-10-02-18-37-28.jpeg)
କାନ୍ତାରା ପାଇଁ ରାଜଧାନୀର ପ୍ରମୁଖ ସିନେମା ହଲରେ ସ୍ଲଟ
/filters:format(webp)/sambad/media/media_files/2025/10/02/odia-2025-10-02-18-38-37.jpeg)
ଅନୁଭବଙ୍କ ଫିଲ୍ମ ଚାରିଧାମ ପାଇଁ ମିଳିଥିବା ସ୍ଲଟ୍...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/02/anubhab-mohanty-2025-10-02-18-32-00.jpg)