ଭୁବନେଶ୍ୱର: ବିଶ୍ୱ ଦେଖିବ ଓଡ଼ିଆ ପୁଅଙ୍କ ସିନେମା | ଓଡ଼ିଆ ପୁଅଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅନ୍ତର୍ଜାତୀୟ ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି | ବାସ୍ତବରେ ରାଉରକେଲାରେ ଜନ୍ମିତ ଓଡ଼ିଆ ପୁଅ ତଥା ବର୍ତ୍ତମାନ ପୁଣେରେ ଜିଏସଟି ଯୁଗ୍ମ କମିଶନର ତଥା ଆଇଆରଏସ(ଭାରତୀୟ ରାଜସ୍ବ ସେବା) ଅଧିକାରୀ ଅନ୍ବେଷ ଚାଟାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ 'କଥାକାର କି ଡାଏରୀ' ଅନ୍ତର୍ଜାତୀୟ ନ୍ୟୁୟର୍କ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଚୟନ ହୋଇଛି | ଅନ୍ତର୍ଜାତୀୟ ନ୍ୟୁୟର୍କ ଚଳଚ୍ଚିତ୍ର ମହୋତ୍ସବ ସେପ୍ଟେମ୍ବର ୨୬ରେ ଆରମ୍ଭ ହୋଇ ଅକ୍ଟୋବର ୧୩ରେ ଶେଷ ହେବ।

Advertisment

3344982e-7c4f-46cf-b359-00b8468e38e1

ଫିଲ୍ମ 'କଥାକାର କି ଡାଏରୀ'କୁ ନେଇ ଅନ୍ବେଷ କହିଛନ୍ତି ଯେ ଦେଢ଼ ଘଣ୍ଟାର ଏହି ଫିଚର ଫିଲ୍ମ ମୁମ୍ବାଇ, ପୁଣେ ଓ ଓଡ଼ିଶାରେ ସୁଟିଂ ହୋଇଛି | ଓଡ଼ିଶାର ସୁନ୍ଦରଗଡ଼ର ଜଙ୍ଗଲରେ ଫିଲ୍ମର ପ୍ରମୁଖ ଦୃଶ୍ୟ ସୁଟିଂ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ପ୍ରକୃତିକୁ ବିଶେଷ ଭାବେ ସ୍ଥାନ ଦିଆଯାଇଛି | ଜଣେ ସାଧାରଣ ମଣିଷର ଜୀବନ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ | ଅନ୍ବେଷ ଏହି ଫିଲ୍ମର ଲେଖକ ସହ ନିର୍ଦ୍ଦେଶନା ଦେଇଥିବାବେଳେ ଓଡିଶାରୁ ୨୦୦ରୁ ଅଧିକ କଳାକାର ଏହି ସିନେମାରେ ଅଭିନୟ କରିଛନ୍ତି |  ଏହି ଫିଲ୍ମକୁ ଜାତୀୟ ପୁରସ୍କାରପ୍ରାପ୍ତ ଏଡିଟର ଅସୀମ ସିହ୍ନା ଏଡିଟିଂ କରିଥିବାବେଳେ ଏହାକୁ ନିର୍ମାଣ କରିବାକୁ ଅନ୍ବେଷଙ୍କୁ ଅଢେଇରୁ ତିନିବର୍ଷ ସମୟ ଲାଗିଛି | ବଡ଼କଥା ଯେ ଏହି ଫିଲ୍ମରେ ଦେଢ଼ ବର୍ଷର ଜଣେ ଶିଶୁ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଛି | ଫିଲ୍ମର କାହାଣୀ ସହ ଦୃଶ୍ୟପଟ୍ଟ ସିନେ ସମୀକ୍ଷକଙ୍କୁ ପ୍ରଭାବିତ କରିଥିବାବେଳେ ଏବେ ଏହା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହୋଇଛି | 

କମ ବଜେଟରେ ବଡ଼ ସ୍ୱପ୍ନ
ଏହି ଫିଲ୍ମଟି ବହୁତ ସୀମିତ ବଜେଟରେ ତିଆରି ହୋଇଛି। ଦିନରେ ସରକାରୀ ଚାକିରି ଏବଂ ରାତିରେ ସୁଟିଂ, ଅନ୍ବେଷ ଉଭୟ ଦାୟିତ୍ୱକୁ ବହୁତ ଭଲ ଭାବରେ ନିର୍ବାହ କରିଛନ୍ତି। ସେ ଓଡ଼ିଶା, ମୁମ୍ବାଇ ଏବଂ ପୁଣେର ପ୍ରାୟ ୨୦୦ ନାଟ୍ୟ କଳାକାର ଏବଂ ଟେକ୍ନିସିଆନଙ୍କ ସହ ମିଶି ଏହି ଫିଲ୍ମଟି ତିଆରି କରିଛନ୍ତି। ଏହି ଫିଲ୍ମଟି କେବଳ ଏକ କାହାଣୀ ନୁହେଁ, ବରଂ ଏହା ଦର୍ଶାଏ ଯେ ଯଦି ଆଗ୍ରହ ଅଛି, ତେବେ ସୀମିତ ସମ୍ବଳ ସହିତ ମଧ୍ୟ ଉତ୍କୃଷ୍ଟ ସିନେମା ତିଆରି କରାଯାଇପାରିବ। ମୁମ୍ବାଇର ଜୁହୁରେ ଚଳଚ୍ଚିତ୍ରର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଭିନେତା ଏବଂ ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ଯୋଗ ଦେଇଥିଲେ। ସେ ଏହାକୁ ସତ୍ୟଜିତ ରାୟ ଏବଂ ମୃଣାଳ ସେନଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଚଳଚ୍ଚିତ୍ର ସହିତ ତୁଳନା କରିଥିଲେ।