ଭୁବନେଶ୍ୱର: ବାଜିବ ସାହାନାଇ, ହାତକୁ ଦି ହାତ ହେବେ କନିଆଁ | ଆସନ୍ତାକାଲି ଦିଲ୍ଲୀ ଦେଖିବ ଓଡ଼ିଆ ଝିଅଙ୍କ ବାହାଘର | ନେତା-ଅଫିସରଙ୍କ ଗହଳି ଲାଗିବ ଆଉ ଶାଶୂଘରକୁ ବିଦା ହେବେ ଅପରାଜିତାଙ୍କ ଅଲିଅଳି ଝିଅ | ବାହାଘରରେ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହା, ଅନେକ କେନ୍ଦ୍ର ମନ୍ତ୍ରୀ, ଅପରାଜିତାଙ୍କ ସହଯୋଗୀ | ନୂଆଦିଲ୍ଲୀରେ ହେବାକୁ ଥିବା ଏହି ହାଇପ୍ରୋଫାଇଲ ବାହାଘରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ଝିଅର ହଳଦୀ-ମେହେନ୍ଦିର ଫଟୋ ଖୋଦ ଅପରାଜିତା ସୋସିଆଲ ମିଡିଆରେ ସେୟାର କରିଥିବାବେଳେ ଓଡ଼ିଶାର କିଛି ନେତା-ନେତ୍ରୀଙ୍କୁ ବି ଦେଖିବାକୁ ମିଳିଛି | 

Advertisment

କେବେ ହେବ ବାହାଘର-ରିସେପ୍ସନ?
ଆସନ୍ତାକାଲି(ଶନିବାର) ଦିଲ୍ଲୀରେ ଏହି ବାହାଘର ହେବାକୁ ଥିବାବେଳେ ଡିସେମ୍ବର ୧୪ରେ ଅପରାଜିତା ଭୁବନେଶ୍ୱରରେ  ରିସେପ୍ସନ ଭୋଜି ଦେବେ | ଆଜି ଅପରାଜିତାଙ୍କ  ଝିଅର ହଳଦୀ-ମେହେନ୍ଦି କାର୍ଯ୍ୟକ୍ରମ ସରିଥିବାବେଳେ ଆସନ୍ତାକାଲି ଦିଲ୍ଲୀର ଅଶୋକ ରୋଡ଼ରେ ଏହି ବିବାହ ସମ୍ପନ୍ନ ହେବ |

239ae2f1-30ac-40d1-8387-05e2c4b1f520
ଅର୍ଚ୍ଚିତାଙ୍କ ହଳଦୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ Photograph: (social media)

ଝିଅ ଅକ୍ସଫୋର୍ଡ ଫେରନ୍ତା-ଜ୍ୱାଇଁ ଆଇଏଏସ ଅଫିସର 
ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ଅର୍ଚ୍ଚିତା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିବାବେଳେ ଅପରାଜିତାଙ୍କ ଜ୍ୱାଇଁ ସଚିନ ରାହାର ହେଉଛନ୍ତି ଆନ୍ଧ୍ର କ୍ୟାଡରର ଆଇଏଏସ ଅଧିକାରୀ | ସେ ୨୦୨୪ ମସିହାରେ ଆଇଏଏସ ପାଇଥିଲେ | ସଚିନ ରାହାରଙ୍କ ଘର ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ହୋଇଥିବାବେଳେ ସେ ୟୁପିଏସସି ପରୀକ୍ଷାରେ ୨୯୧ ରାଙ୍କ ପାଇଥିଲେ |   

କେଉଁମାନେ ଯୋଗଦେବେ?
ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବାହାଘର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଅନେକ କେନ୍ଦ୍ର ମନ୍ତ୍ରୀ, କିଛି ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଆଇଏଏସ ଅଧିକାରୀ ଯୋଗ ଦେଇପାରନ୍ତି | ବିଶେଷ କରି ଅପରାଜିତାଙ୍କ ଅନେକ ସହକର୍ମୀଙ୍କ ସହ ତାଙ୍କ ସ୍ୱାମୀ ସନ୍ତୋଷ ଷଡ଼ଙ୍ଗୀଙ୍କ ଅନେକ ସହକର୍ମୀ ବି ଯୋଗ ଦେଇପାରନ୍ତି |