ରାଉରକେଲା: କେରଳରେ ଜମିକିଣାବିକା ନାଁରେ ପ୍ରଲୋଭନ ଦେଖାଇ ପ୍ରାୟ ୩ କୋଟି ଟଙ୍କା ହଡ଼ପ୍ ମାମଲାରେ ଗିରଫ ଶିକ୍ଷୟିତ୍ରୀ ଏଏସ୍ ସିନ୍ଧୁ ନିଲମ୍ବିତ ହୋଇଛନ୍ତି। ମଙ୍ଗଳବାର ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବନ କରିଛନ୍ତି। ସେ ଧରମଭାଇ ବିଶ୍ବଭୂଷଣ ନନ୍ଦଙ୍କ ସହ ସ୍କୁଲର ଏକାଧିକ ଶିକ୍ଷୟଶିକ୍ଷୟିତ୍ରୀଙ୍କୁ ମଧ୍ୟ ଠକିଛନ୍ତି। ବିଶ୍ବଭୂଷଣ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଠକେଇର ଶିକାର ହୋଇଥିବା ଅନେକ ଲୋକ ଥାନାର ଦ୍ବାରସ୍ଥ ହେଉଛନ୍ତି।
ସିନ୍ଧୁ ଠକେଇ ମାମଲାରେ ଗିରଫ ହେବା ସମ୍ପର୍କରେ ଶନିବାର ସ୍କୁଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ସୋମବାର ସ୍କୁଲ ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ତାଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଥିବା ସ୍କୁଲ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ଏଠାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଅନେକ ପ୍ରଶ୍ନ ଉଠୁଛି। ୨୦୨୪ ଡିସେମ୍ବର ମାସରେ ବିଶ୍ବଭୂଷଣ ନନ୍ଦ ତାଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ୪୨୦ ଦଫା ଲଗାଇ ତନାଘନା ଜାରି ରଖିଥିଲା। ତେବେ ୪ ମାସ ହେଲା ସ୍କୁଲ କର୍ତ୍ତୃପକ୍ଷ ଏ ଘଟଣା ସମ୍ପର୍କରେ କିଭଳି ଜାଣିପାରିଲେ ନାହିଁ। ୪ ମାସ ହେଲା ଝିରପାଣି ପୁଲିସ କିଭଳି ତଦନ୍ତ କରୁଥିଲା। ପଚରାଉଚରା କରିବାକୁ ପୁଲିସ ସ୍କୁଲକୁ ଯାଇଥିଲା କି ନାହିଁ। ଯଦି ପୁଲିସ ସ୍କୁଲ ଯାଇଥିଲା ତାହେଲେ ସ୍କୁଲ କର୍ତ୍ତୃପକ୍ଷ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏଭଳି ଅନେକ ପ୍ରଶ୍ନ ଭିତରେ ଶିକ୍ଷୟିତ୍ରୀ ସିନ୍ଧୁଙ୍କ କାରନାମା ଚର୍ଚ୍ଚାରେ ରହିଛି।