କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଦୁଇ ଭଉଣୀଙ୍କୁ ବିବାହ କରିବା ଦୁଇ ଭାଇଙ୍କୁ ମହଙ୍ଗା ପଡ଼ିଲା

ସୁପୋଲ: ବିହାରର ଦୁଇ ଯୁବକଙ୍କୁ କଶ୍ମୀରର ଦୁଇ ଯୁବତୀଙ୍କୁ ବିବାହ କରିବା ମହଙ୍ଗା ପଡ଼ିଛି। ଏହି ଦୁଇ ଯୁବକଙ୍କ ବିରୋଧରେ ଦୁଇଯୁବତୀଙ୍କୁ ଅପହରଣ  କରିବା ଅଭିଯୋଗ ହୋଇଛି। ଏହି ପୂରା ଘଟଣାକୁ ଦେଖି ପୁଲିସ ଏହି ଦୁଇ ଯୁବକଙ୍କୁ ଗିରଫ କରି ନେଇଛି। ଯେଉଁ ଯୁବକଙ୍କ ଉପରେ ଏହି ଅଭିଯୋଗ ଲାଗିଛି ସେମାନେ ସଂପର୍କରେ ଦୁଇଭାଇ। ସେହିପରି ଦୁହେଁ ଯେଉଁ  ଦୁଇଯୁବତୀଙ୍କୁ ବିବାହ କରିଛନ୍ତି ସେମାନେ ବି ସମ୍ପର୍କରେ ଦୁଇ ଭଉଣୀ ବୋଲି ଜଣାପଡ଼ିଛି।

ଗିରଫ ହୋଇଥିବା ଦୁଇ ଯୁବକଙ୍କ କହିବାନୁସାରେ ସେମାନେ ଏହି ଦୁଇ ଯୁବତୀଙ୍କୁ ବିବାହ କରିଛନ୍ତି। ପୁଲିସ ଏହି ଦୁଇଯୁବତୀଙ୍କୁ ଉଦ୍ଧାର କରି ମାମଲାର ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସୁପୋଲର ରାଘୋପୁର ଥାନା ଅଧୀନସ୍ଥ ରାମଓ୍ଵିସନପୁର ଗ୍ରାମରେ ବସବାସ କରୁଥିବା ପରଭେଜ୍ ଆଲମ ଓ ତାଙ୍କ ଭାଇ ତବରେଜ ଆଲମଙ୍କୁ କଶ୍ମୀରରୁ ଦୁଇ ଯୁବତୀଙ୍କୁ ଫେରାର କରି ଆଣିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଦୁଇ ଭାଇ କଶ୍ମୀରର ରାମଓ୍ଵନରେ ରାଜମିସ୍ତ୍ରୀ କାମ କରୁଥିଲେ। ଏହି ସମୟରେ ସେଠାରେ ରହୁଥିବା ଦୁଇ ଭଉଣୀଙ୍କୁ ଦୁଇଭାଇ ଭଲ ପାଇ ବସିଥିଲେ। ଏହାପରେ ଦୁଇଭାଇ ଦୁଇଭଉଣୀଙ୍କୁ ନେଇ ରାଘୋପୁର ଥାନା ଅଧୀନସ୍ଥ ରାମଓ୍ଵିସନ୍‌ପୁର ଗ୍ରାମକୁ ନେଇ ଆସିଥିଲେ। ଦୁଇଭଉଣୀଙ୍କ ପିତା ଦୁଇଭାଇଙ୍କ ନାମରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର