ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତାଙ୍କ ବିବାହ ସମ୍ଭବ ଜୈନଙ୍କ ସହିତ ଆଜି ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ, ଗୁରୁବାର ରାତିରେ ସଙ୍ଗୀତ ସମାରୋହରେ କେଜରିୱାଲ ଏବଂ ତାଙ୍କ ପତ୍ନୀଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନାଚୁଥିବାର ଦେଖାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ କେବଳ କିଛି ସ୍ୱତନ୍ତ୍ର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨୦ ଏପ୍ରିଲରେ ହର୍ଷିତା ଏବଂ ସମ୍ବବ ଜୈନଙ୍କ ରିସେପ୍ସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମରେ ଅନେକ ବିଶେଷ ବ୍ୟକ୍ତି ଯୋଗଦେବାର ସମ୍ଭାବନା ଅଛି।
ବିବାହ ଉତ୍ସବରେ କେବଳ ସୀମିତ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। କେବଳ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଂଶଗ୍ରହଣ କରିଥିଲେ। ସୂତ୍ର ଅନୁସାରେ, ହର୍ଷିତା କେଜରିୱାଲ ଏବଂ ସମ୍ଭବ ଜୈନଙ୍କ ରିସେପ୍ସନ କାର୍ଯ୍ୟକ୍ରମ ୨୦ ଏପ୍ରିଲରେ ଅନୁଷ୍ଠିତ ହେବ। ଆପଣଙ୍କୁ କହି ରଖୁଛୁ ଯେ କେଜ୍ରିୱାଲଙ୍କ ଝିଅ ହର୍ଷିତା ଆଇଆଇଟିରୁ ପାଠପଢ଼ିଛନ୍ତି। ତାଙ୍କ ସ୍ୱାମୀ ସମ୍ଭବ ମଧ୍ୟ ଦିଲ୍ଲୀ ଆଇଆଇଟିରୁ ହର୍ଷିତାଙ୍କ ସହ ପାଠପଢ଼ିଛନ୍ତି। ସମ୍ଭବ ଜୈନ ଏବଂ ହର୍ଷିତା ମଧ୍ୟ କିଛି ମାସ ପୂର୍ବେ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ।