ମେଲବର୍ଣ୍ଣ: ବିଶ୍ବର ପ୍ରଥମ ସିଡ୍ ବେଲାରୁଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୧୨ ନମ୍ବର ସିଡ୍ ତଥା ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ସିଧାସଳଖ ସେଟ୍ ୬-୨, ୬-୩ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି। ସାବାଲେଙ୍କା କ୍ରମାଗତ ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ମଧ୍ୟ ତାଙ୍କ ଅଷ୍ଠମ ଗ୍ରଣ୍ଡସ୍ଲାମ୍ ଫାଇନାଲ୍।
୨୦୨୩, ୨୦୨୪ ଓ ୨୦୨୫ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ସେ ପ୍ରବେଶ କରିଥିଲେ । ୨୦୨୩ ଓ ୨୦୨୪ରେ ସେ ଏହି ଗ୍ରାଣ୍ଡସ୍ଲାମ୍ ବିଜୟୀ ହୋଇଥିଲେ, କିନ୍ତୁ ୨୦୨୫ରେ ଆମେରିକାର ମାଡିସନ୍ କିଜଙ୍କଠାରୁ ପରାସ୍ତ ହୋଇଥିଲେ।
ହାତ ମିଳେଇଲେନି ସାବାଲେଙ୍କା, ସ୍ବିତୋଲିନା
କ୍ରିକେଟରେ ଯେପରି ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ଏସିଆ କପରେ ହାତ ମିଳେଇବାକୁ ନେଇ ବିବାଦ ଦେଖାଦେଇଥିଲା, ସେହିପରି ଏକ ବିବାଦ ଅଷ୍ଟ୍ରେଲିଆନ୍ ଓପନରେ ବି ଦେଖାଦେଇଛି। ଗୁରୁବାରର ସେମମିଫାଇନାଲରେ ସାବାଲେଙ୍କା ଓ ସ୍ବିତୋଲିନା ପରସ୍ପର ସହ ହାତ ମିଳାଇନଥିଲେ। ସାବଲେଙ୍କା ବେଲାରୁଷର ଖେଳାଳି ହୋଇଥିବାବେଳେ ସ୍ବିତୋଲିନା ହେଉଛନ୍ତି ୟୁକ୍ରେନର ଖେଳାଳି। ରୁଷ-ୟୁକ୍ରେନ ଯୁଦ୍ଧରେ ବେଲାରୁଷ ରୁଷକୁ ସମର୍ଥନ କରୁଥିବାରୁ ୟୁକ୍ରେନ ସହ ଏହି ଦେଶର ବିବାଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ମହିଳା ଖେଳାଳି ହାତ ମିଳାଇନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/29/0e5d1750-d7e1-11ef-859d-37bc8d58e371-2026-01-29-16-51-07.jpg)