କଟକ: ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା | ଗତକାଲି କଟକ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଅସୀମାଙ୍କ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇଥିବାବେଳେ ପୁଲିସ କହିଛି ଯେ ହାଇକୋର୍ଟଙ୍କ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟକ୍ରମ ବନ୍ଦ୍ କରାଯାଇଛି |

Advertisment

ମିଳିଥିବା ସୂଚନା ମୁତାବକ ଗତକାଲି ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କର କାର୍ଯ୍ୟକ୍ରମ ଥିଲା | ଅସୀମା ପଣ୍ଡାଙ୍କର ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡେରିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ରାତି ୧୦ଟା ସୁଦ୍ଧା କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଥିଲେ ବି ଆୟୋଜକ ଏଥିପ୍ରତି ଦୃଷ୍ଟି ଦେଇନଥିଲେ | ଆଉ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ହୋଇଯାଇଥିବାରୁ କମିଶନରେଟ୍ ପୁଲିସ ପହଂଚି ସାଉଣ୍ଡ ବକ୍ସ ବନ୍ଦ୍ କରିବା ସହ ଅସୀମାଙ୍କୁ ମଞ୍ଚରୁ ଓହ୍ଲାଇଦେଇଥିଲା | ଏହି ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କଲା ପୁଲିସ ପ୍ରଶାସନ।